ଆଜିକାଲି ପିଲାଙ୍କୁ ଲାଳନପାଳନ କରିବାର ଶୈଳୀ ସମ୍ପୂର୍ଣ ବଦଳିବାକୁ ଲାଗିଛି କହିଲେ ଚଳେ l ଆଗକାଳରେ ଗୋଟିଏ ପରିବାର କହିଲେ ୫ରୁ ୭ ଭାଇଭଉଣୀଙ୍କ ସମଷ୍ଟି ରେ ଗଠିତ ହେଉଥିଲା l କିନ୍ତୁ ଆଜିକାଲିର ଗୋଟିଏ ଲେଖାଏଁ ସନ୍ତାନ ମଧ୍ୟରେ ସୀମିତ ରହୁଛି l ଏବଂ ଯୌଥ ପରିବାର ରେ ମଧ୍ୟ କେହି ରହିବାକୁ ଆଉ ଚାହୁଁ ନାହାନ୍ତି ସମସ୍ତେ ପ୍ରାୟ ଐକାନ୍ତିକ ପରିବାର ରେ ରହିବାକୁ ପସନ୍ଦ କରୁଛନ୍ତି l ତେଣୁ ଆଗରୁ ଯେଉଁଠି ପିଲାମାନେ ଜେଜେ ଓ ଜେଜେମାଙ୍କ ତତ୍ୱାବଧାନ ରେ ରହୁଥିଲେ ଓ ଭଲମନ୍ଦ ଜାଣୁଥିଲେ ଆଜି ଆଉ ତାହା ନାହିଁ ବର୍ତମାନ ପିଲାମାନେ ପିତାମାତା ଓ କେୟାର ଟେକର ଙ୍କ ଦ୍ୱାରା ଲାଳନ ପାଳନ ହେଉଛନ୍ତି l
ଶିଶୁ ବିଶେଷଜ୍ଞ ଙ୍କ ମତରେ ଆଜିର ପିଲାମାନେ ଅଧିକ ଅବାଟକୁ ଯିବାର ଗୋଟିଏ କାରଣ ହେଉଛି ଉଚିତ ମାତ୍ରାର ସ୍ନେହ ଓ ଶ୍ରଦ୍ଧା ପିତାମାତାଙ୍କ ନିକଟରୁ ପାଉ ନାହାନ୍ତି l ପିତାମାତା ନିଜ କାମରେ ବେସ୍ତ ରହୁଛନ୍ତି ଏବଂ ଯେତିକି ସମୟ ଘରେ ପିଲାଙ୍କ ସହିତ ରହିଲେ ଫୋନ କିମ୍ବା ଲାପଟପ ରେ ବେସ୍ତ ରହୁଛନ୍ତି l ତେଣୁ ପିଲାଙ୍କୁ ଲାଳନ ପାଳନ କରିବାର ପ୍ରଣାଳୀ ମଧ୍ୟ ସମ୍ପୂର୍ଣ ବଦଳି ଯାଇଛି l
– ଶିଶୁ ବିଶେଷଜ୍ଞ ଙ୍କ ମତରେ ପିଲା ମାନଙ୍କୁ ଭୁଲ କରିବାର କାରଣରୁ ଯଦି ମାଡ଼ର ସହର ନେବେ ତେବେ ଏହା ଭୁଲ ଅଟେ l ପିଲାଟି ମନରୁ ମାଡ ପ୍ରତି ଭୟ ସମ୍ପୂର୍ଣ କମିଯିବ l ଯେଉଁ ପିତାମାତା ମାନେ ସବୁବେଳେ ପିଲାଙ୍କ ଉପରେ ଚିଲେଇ ଥାଆନ୍ତି ଓ ମାଡ଼ମାରି ଥାଆନ୍ତି ପିଲାଙ୍କ ମନରୁ ଭୟ କମିଯାଇ ଥାଏ l
– ସାଧାରଣତଃ ପିତାମାତା ଭାବି ଥାଆନ୍ତି ଯେ ପିଲାଙ୍କୁ ଠିକ ଓ ଭୁଲ ବିଷୟରେ ବୁଝାଇବା ପାଇଁ ମାରିବା ନିହାତି ଜରୁରୀ l କିନ୍ତୁ ଏହି ଭାବନା ଭୁଲ ଅଟେ l ଏହାଦ୍ୱାରା ପିଲା ନିଜକୁ ଠିକ ସାବିତ କରିବା ପାଇଁ ଆପଣଙ୍କୁ କଥା ଲୁଚାଇବ କିମ୍ବା ମିଛ କହିବା ଆରମ୍ଭ କରିବ l
– ସବୁବେଳେ ପିଲାକୁ ମାରିବା ପୂର୍ବରୁ ଅସୁବିଧା ବିଷୟରେ ଜାଣି ରଖିବା ଆବଶ୍ୟକ l ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ କାହିଁକି ଆପଣଙ୍କ ପିଲା ଆପଣଙ୍କ କଥା ଶୁଣିବାକୁ ଇଛା କରୁନାହିଁ l ତେଣୁ ପିଲାକୁ ଗାଳିଦେବା ଓ ମାରିବା ବଦଳରେ ଅସୁବିଧର ସମାଧାନ ବାହାର କରନ୍ତୁ l
– ପିଲାମାନେ ଛୋଟ ବେଳରୁ ଶିଖିଥିବ କଥାକୁ ବଡ଼ ହେବା ପର୍ଯ୍ୟନ୍ତ ଭୁଲି ନଥାଏ l ପିଲା ମାନଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଯେଉଁ ପିଲାମାନେ ଛୋଟ ବେଳରୁ ଅଧିକ ମାଡ଼ ଖାଇ ଥାଆନ୍ତି ସେମାନେ ବଡ ହେଲେ ଅଧିକ ଆକ୍ରମକ ସ୍ଵଭାଵ ର ହୋଇ ଯାଆନ୍ତି l ତେଣୁ ସେମାନେ ଅନ୍ୟ ମାନଙ୍କ ସହିତ ସମାନ ବ୍ୟବହାର କରନ୍ତି l
– ଯେଉଁ ପିତାମାତା ପିଲାଙ୍କୁ ସବୁବେଳେ ମାଡମାରି ବା ଗାଳି ଦେଇ ଥାଆନ୍ତି ତାହା ଦ୍ୱାରା ପିଲାମାନେ ଅପମାନ ଅନୁଭବ କରି ଥାଆନ୍ତି l ଏହା ସେହି ଶିଶୁ ତୀର କୋମଳ ମନ ଉପରେ ପ୍ରଭାବ ପକାଇଥାଏ l ଯେଉଁ କାରଣରୁ ପିଲାଟି ଅନେକ ସମୟରେ ଅଶାନ୍ତ ଓ ଭୟରେ ରହିଥାଏ l