Odisha news

ରାମନବମୀ ରେ ଘଟୁଛି ବିଶେଷ ଯୋଗ : ରାଶି ଅନୁସାରେ କରନ୍ତୁ ଏହିସବୁ ଜ୍ୟୋତିଷ ଉପାୟ , ବଦଳୀ ଯିବ ଭାଗ୍ୟ

0

ଆମ ଦେଶରେ ପ୍ରତ୍ୟେକ ବ୍ରତକୁ ସମ୍ପୂର୍ଣ ଶ୍ରଦ୍ଧା ରେ ପାଳନ କରାଯାଇ ଥାଏ ଓ ପ୍ରତ୍ୟେକ ପର୍ବପର୍ବାଣି ର କିଛିଟା ବିଶେଷ ମହତ୍ୱ ମଧ୍ୟ ରହିଛି l  ଏହାଛଡା ଆମେ ପ୍ରତ୍ୟେକ ପର୍ବ ପର୍ବାଣି କୁ କିଛିଟା ଅଲଗା ଅଲଗା ଭାବରେ ପାଳନ କରାଯାଇ ଥାଏ l  ସେହି ପର୍ବପର୍ବାଣି ମାନଙ୍କ ମଧ୍ୟରୁ ରାମନବମୀ ଗୋଟିଏ l  ରାମନବମୀ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପାଳନ କରାଯାଇ ଥାଏ l ଏହି ଦିନଟିକୁ ବିଶେଷ ଭାବରେ ଶ୍ରୀରାମ ଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ଏହିଦିନ ଟିକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରୀରାମ ଙ୍କୁ ପୂଜା କରାଯିବା ଦ୍ୱାରା ଖୁବ ଫଳଦାୟୀ ହେବ l ଚଳିତ ବର୍ଷ ରାମନବମୀ ମାର୍ଚ୍ଚ ୩୦ ତାରିଖ ରେ ଅନୁଷ୍ଠିତ ହେବ l

* ରାମନବମୀ ଦିନ ରାଶି ଅନୁସାରେ କରନ୍ତୁ ଜ୍ୟୋତିଷ ଉପାୟ –
– ମେଷ ରାଶି – ମେଷ ରାଶିର ବ୍ୟକ୍ତି ରାମନବମୀ ଦିନ ନାଲି ରଙ୍ଗର ସୁଗନ୍ଧିତ ଫୁଲ ଭଗବାନ ଶ୍ରୀରାମ ଙ୍କୁ ଅର୍ପଣ କରନ୍ତୁ ଓ ମୁଖ୍ୟତଃ ଭାବରେ ଡାଳିମ୍ବ ଅର୍ପଣ କରନ୍ତୁ l  ତେବେ ଏହା ମୁଖ୍ୟ ଭାବରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କର ସମସ୍ତ ମନସ୍କାମନା ସ୍ଫୁର୍ତ୍ତି ହେବ l

– ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଯଦି ରାମନବମୀ ଦିନ ଭଗବାନ ଶ୍ରୀରାମ ଙ୍କୁ ଖୁଆ ମିଠାଈ ଓ କଦଳୀ ଅର୍ପଣ କରନ୍ତୁ l  ଏହା ବିଶେଷ ଭାବରେ ଆପଣଙ୍କ ପାଇଁ ଫଳଦାୟୀ ହୋଇଥାଏ l  ବୃଷ ରାଶିର ବ୍ୟକ୍ତି ମୁଖ୍ୟ ଭାବରେ ଆଜିର ଦିନରେ ରାମ ମନ୍ଦିର ରେ ପୂଜା କରିବା ଉଚିତ l

– ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ରାମନବମୀ ଦିନ ବୀଶେଷ ଭାବରେ କଞ୍ଚା ଦୁଗ୍ଧ ରେ କେଶର ଓ ତୁଳସୀ ମିଶାଇ ଶ୍ରୀରାମ ଙ୍କୁ ଅର୍ପଣ କରନ୍ତୁ l  ଏହି ଉପାୟ ଦ୍ୱାରା ଧନ ଲାଭ ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ l

– କର୍କଟ ରାଶି – କର୍କଟ ରାଶି ର ଲୋକ ଯଦି ରାମନବମୀ ଦିନ ରାମାଷ୍ଟକ ପାଠ କରିବା ଉଚିତ ଏହାଦ୍ୱାରା ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ l  ଏହା ଆପଣଙ୍କ ଭାଗ୍ୟ ରେ ପରିବର୍ତନ ଆଣିବ l

– ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ରାମନବମୀ ଦିନ ଶ୍ରୀରାମ ଙ୍କୁ ତୁଳସୀ ଅର୍ପଣ କରିବା ଉଚିତ ଓ ଯେକୌଣସି ସାମଗ୍ରୀ ତୁଳସୀ ମଧ୍ୟ ଅର୍ପଣ କରିବା ଆବଶ୍ୟକ l  ସିଂହ ରାଶିର ବ୍ୟକ୍ତି ଯଦି ରାମନବମୀ ଦିନ ସୁନ୍ଦରା କାଣ୍ଡ ପାଠ କରିବେ ତେବେ ଖୁବ ଫଳଦାୟୀ ହେବ ଓ ଆର୍ଥିକ ଅନାଟନ ଦୂର ହେବା ସହିତ ଗୃହ କ୍ଳେଶ ମଧ୍ୟ ଦୂର ହେବ l

– କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି ରାମନବମୀ ଦିନ ଭଗବାନ ଶ୍ରୀରାମ ଙ୍କୁ ସୁଗନ୍ଧିତ ଦ୍ରବ୍ୟ ସମର୍ପିତ କରନ୍ତୁ l  ଏପରି କରିବା ଦ୍ୱାରା ଏହି ରାଶିର ବ୍ୟକ୍ତି ଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ l

– ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ରାମନବମୀ ଦିନ ଚନ୍ଦନ ତିଳକ ମସ୍ତକ ରେ ଲଗାଇବା ଉଚିତ l  ଏହାଛଡା ଏହିଦିନ ଶ୍ରୀରାମ ସ୍ତୁତି ପାଠ କରନ୍ତୁ ଏହା ଖୁବ ଫଳଦାୟୀ ହେବ l

– ବିଛା ରାଶି – ବିଛା ରାଶିର ବ୍ୟକ୍ତି ଶ୍ରୀରାମ ଙ୍କ ନିକଟରେ ଅଟା ଅର୍ପଣ କରିବା ଆବଶ୍ୟକ l  ଏହିଦିନ ବିଛା ରାଶିର ବ୍ୟକ୍ତି ରାମାଷ୍ଟକ ପାଠ କରନ୍ତୁ l  ଏହା ଆପଣଙ୍କ ପାଇଁ ବିଶେଷ ଫଳଦାୟୀ ହେବ l  ରାମନବମୀ ଦିନ  ନାଲି ତିଳକ ଶ୍ରୀରାମ ଙ୍କୁ ଲଗାନ୍ତୁ l

– ଧନୁ ରାଶି – ଧନୁ ରାଶିର ବ୍ୟକ୍ତି ରାମନବମୀ ଦିନ ମୁଖ୍ୟ ଭାବରେ ଶ୍ରୀରାମ ଦରବାର ର ପୂଜନ କରନ୍ତୁ l  ଏହାଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ ଓ ଜୀବନ ରେ ସଫଳତା ମିଳିବ l

– ମକର ରାଶି – ମକର ରାଶିର ବ୍ୟକ୍ତି ଏହିଦିନ ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ l  ଏହିଦିନ କଞ୍ଚା ଦୁଗ୍ଧ ରେ ତୁଳସୀ ପକାଇ ପ୍ରଭୁ ଶ୍ରୀରାମ ଙ୍କୁ ଅର୍ପଣ କରନ୍ତୁ l  ଏହି ସମସ୍ତ ଉପାୟ ଆପଣଙ୍କୁ କାର୍ଯ୍ୟରେ ସଫଳତା ଦେବ l

– କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ରାମନବମୀ ଦିନ ମାତା ସୀତାଙ୍କ ସହିତ ଭଗବାନ ଶ୍ରୀରାମ ଙ୍କ ସ୍ତୁତି କରିବା ଆବଶ୍ୟକ l  ଏହାଛଡା ଏହିଦିନ ରାମରକ୍ଷା ସ୍ତୋତ୍ର ମଧ୍ୟ ପାଠ କରିବା ଫଳଦାୟୀ l

– ମୀନ ରାଶି – ମୀନ ରାଶିର ବ୍ୟକ୍ତି ରାମନବମୀ ଦିନ ବିଶେଷ ଭାବରେ ଶ୍ରୀରାମ ସ୍ତୁତି ପାଠ କରିବା ଉଚିତ l  ଏହିଦିନ ଅଯୋଧ୍ୟା କାଣ୍ଡ ଏବଂ ବାଳ କାଣ୍ଡ ର ପାଠ ନିଶ୍ଚିତ କରନ୍ତୁ l  ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହେବ l

Leave A Reply