ଦଶପଲ୍ଲା ୧୯/୩ : ଦଶପଲ୍ଲା ବ୍ଲକ ଅନ୍ଧାର କୋଟ – ନଛିପୂର୍ ରାସ୍ତା ମଧ୍ୟରେ ପଡ଼ୁଥିବା ଶ୍ରୀରାମପୁର ରାସ୍ତାଠାରୁ ଦଶପଲ୍ଲା ବି ଏସ କଲେଜ ପର୍ଯ୍ୟନ୍ତ ଅର୍ଥାତ୍ ଆରଡି ରାସ୍ତା ଠାରୁ ଏମ ଡି ଆର ୧୮ ଭାୟା ଶ୍ରୀରାମପୁର ରାସ୍ତାକୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଛି । ଭାରତ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ର ଆର୍ଥିକ ସହାୟତା ଓ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ବାବଧାନରେ ଏହି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ସମୟ ଅବଧି ସରିବା ପରେ ବି ସରିନି ରାସ୍ତା ନିର୍ମାଣ କାର୍ଯ୍ୟ । ସମୁଦାୟ ୮.୫ କିମି ରାସ୍ତା ନିର୍ମାଣ ପାଇଁ ୩୯୫.୭୧ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୫ ବର୍ଷ ଏହାର ରକ୍ଷଣା ବେକ୍ଷଣ ପାଇଁ ୨୭.୭୦ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ଲକ ଅଶୋକ ନଗର ର ଠିକାଦାର ଅନିଲ କୁମାର ବିଶ୍ଵାଳ ଟେଣ୍ଡର ନେଇଥିବା ବେଳେ ଏହି ରାସ୍ତା ନିର୍ମାଣ ୨୩.୩.୨୦୨୨ ମସିହା ଠାରୁ ଆରମ୍ଭ ହୋଇ ୨୨.୨.୨୦୨୩ ରେ ଶେଷ ହେବା କଥା ।
ମାତ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ଠିକାଦାର ଏହି ରାସ୍ତା ପାଇଁ କେବଳ ମାଟି ପକାଇ ଥିବା ବେଳେ ରାସ୍ତା ଉପରେ ଗଣନା ଗମନ ପାଇଁ ଲୋକ ମାନେ ନାନା ହଇରାଣ ହେଉଥିବା ଅଭିଯୋଗ ହେଉଛି । ବିଶେଷ ଭାବେ ଶ୍ରୀରାମପୁର ଗ୍ରାମବାସୀଙ୍କ ଗମନା ଗମନ ପାଇଁ ଏହା ବିପଦ ସୃଷ୍ଟି କରିଛି । ଗ୍ରାମର ଲୋକ ମାନଙ୍କ ସହ ସେହିଗ୍ରାମରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ଗମନା ଗମନ ରେ ବାଧା ସୃଷ୍ଟି ହେଉଛି ।
ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଗ୍ରାମବାସୀଙ୍କ ପାଇଁ ମରଣ ଜନ୍ତା ପାଲଟିଛି । ଏହାକୁ ନେଇ ଶ୍ରୀରାମପୁର ଗ୍ରାମବାସୀଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାମ ବାସି ମାନେ ଦଶପଲ୍ଲା ବିଧାୟକ ଓ ବିଡ଼ିଓ ଙ୍କୁ ଅବଗତ କରିଥିବା ବେଳେ ରବିବାର ଦିନ ଶ୍ରୀରାମପୁର ଗ୍ରାମର ସଭାପତି ପ୍ରହଲ୍ଲାଦ ବିଶ୍ଵାଳ ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଗ୍ରାମବାସୀମାନେ ଅନ୍ଧାର କୋଟ – ନଛିପୂର୍ ରାସ୍ତା ଅବରୋଧ କରିଥିଲେ । ପରେ ଠିକା ନେଇଥିବା ଅନିଲ କୁମାର ବିଶ୍ଵାଳ ରାସ୍ତା ନିର୍ମାଣ ପାଇଁ ନିର୍ଭର ପ୍ରତିଶ୍ରୁତି ସହ ତାଙ୍କ ସହଯୋଗୀ କର୍ମଚାରୀ ଖାଲ ଖମା ହୋଇଥିବା ରାସ୍ତା ରେ ବାଲି ଓ ପଥର ପକାଇବା ପରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ରୁ ନିବୃତ ରହିଥିଲେ । ଅନ୍ୟ ପାର୍ଶ୍ଵରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରେ ରାସ୍ତା ନିର୍ମାଣ ଶେଷ ନ ହେବାରୁ ଠିକାଦାର ଙ୍କ ଏଗ୍ରିମେଣ୍ଟ ରବ୍ଦ ପାଇଁ ଠିକାଦାର ଙ୍କୁ ନୋଟିସ କରାଯାଇଥିବା ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ଜଣା ପଡ଼ିଛି । ବିଶେଷ ଭାବେ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣା ପଡ଼ିଛି