ଗତ ମାସରେ କୋର୍ଟ ମ୍ୟାରେଜ କରିବା ପରେ ସ୍ଵରା ଭାସ୍କର ଓ ତାଙ୍କ ସ୍ୱାମୀ ଫହାଦ ଗୋଟିଏ ରିସେପସନ ପାର୍ଟି ଦେଇଥିଲେ l ଏହି ଯୋଡି ଙ୍କ ପ୍ରି ୱେଡିଙ୍ଗ ଫଙ୍କସନ ରୁ ରିସେପସନ ସବୁ କିଛି ଦିଲ୍ଲୀ ରେ ଅନୁଷ୍ଠିତ ହୋଇଥିଲା l କିଛିଦିନ ତଳେ ସ୍ଵରା ଓ ଫହାଦ ନିଜ ବିବାହ ର ଗୋଟିଏ ଗ୍ରାଣ୍ଡ ରିସେପସନ ପାର୍ଟି ଦିଲ୍ଲୀ ସ୍ଥିତ ଏୟାରପୋର୍ଟ ଅଡିଟୋରିୟମ ରେ ଦେଇଥିଲେ l ସ୍ଵରା ନିଜ ରିସେପ୍ସନ ପାର୍ଟିରେ ପିଙ୍କ ଓ ରେଡ କଲର ର ଲେହେଙ୍ଗା ପିନ୍ଧିଥିଲେ l ଏହି ଆଉଟ ଫିଟ ରେ ସ୍ଵରା ଖୁବ ସୁନ୍ଦର ଦିଶୁଥିଲେ l ସ୍ଵରା ଙ୍କ ସ୍ୱାମୀ ଫହାଦ ମଧ୍ୟ ଏହି ରିସେପ୍ସନ ପାର୍ଟି ରେ ଗୋଲଡେନ କଲର ସେରବାନି ରେ ଖୁବ ସ୍ମାର୍ଟ ଲାଗୁଥିଲେ l ଏହି ରିସେପ୍ସନ ପାର୍ଟି ରେ ଅନେକ ଅଭିନେତା ଅଭିନେତ୍ରୀ ସାମିଲ ହେବା ସହିତ ରାଜନୀତି ଜଗତ ର ଆଣେ ରାଜନେତା ମଧ୍ୟ ସାମିଲ ହୋଇଥିଲେ l
ବିଶେଷ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ଵରା ଙ୍କ ରିସେପ୍ସନ ରେ ପହଂଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ରାହୁଲ ନବ ଦମ୍ପତି ଙ୍କୁ ଶୁଭ କାମନା ଦେବା ସହିତ ତାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ l ଏହି ରିସେପ୍ସନ ପାର୍ଟି ରେ ରାହୁଲ ଗାନ୍ଧୀ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହାଛଡା ଏହି ବିବାହ ଉତ୍ସବ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା l ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବୃନ୍ଦା କରlତ ମଧ୍ୟ ଉପସ୍ଥିତ ହୋଇ ନବ ବିବାହିତା ଦମ୍ପତି ଙ୍କୁ ସ୍ୱାଗତ କରିଥିଲେ l ଏହାଛଡା ବଲିଉଡ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚନ ମଧ୍ୟ ଉପସ୍ଥିତ ହୋଇଥିଲେ ଓ ଏହା ପୂର୍ବରୁ ଅନ୍ୟ ଗୋଟିଏ କାର୍ଯ୍ୟ କ୍ରମରେ ସମାଜବାଦୀ ନେତା ଅଖିଳେସ ଯାଦବ ଉପସ୍ଥିତ ହୋଇଥିଲେ ଏବଂ ନବ ବିବାହିତା ଦମ୍ପତିଙ୍କୁ ଅଭିବାଦନ ଜଣାଇଥିଲେ l
ସ୍ଵରା ଭାସ୍କର ସର୍ବଦା ନିଜର କଟାକ୍ଷ କଥାବାର୍ତା ଯୋଗୁଁ ଚର୍ଚାରେ ରହି ଥାଆନ୍ତି l ସେ ସର୍ବଦା ବିଜେପି ବିରୁଧ ରେ କହି ଥିବାର ଆମେ ଶୁଣି ଥାଉ l ସେ ସବୁବେଳେ ଚର୍ଚାରେ ରହିବ ପାଇଁ ଚାହିଁ ଥାଆନ୍ତି l ବଲିଉଡ ସହିତ ଯୋଡି ହେବା ସହିତ ସ୍ବରା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡି ଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ l ସ୍ଵରା ଉଚ୍ଚ ଶିକ୍ଷିତା ମଧ୍ୟ ଓ ସେ ଦିଲ୍ଲୀ ରେ ଜନ୍ମ l ସ୍ଵରା ସବୁବେଳେ ସୋସିଆଲ ଈସୁ ରେ ସମ୍ପୃକ୍ତ ହୋଇ ଚର୍ଚା ରେ ରହି ଥାନ୍ତି l