Odisha news

WHO ର ଚେତାବନୀ : ୭୦ ଲକ୍ଷ ଲୋକ ଲୁଣ ପାଇଁ ହରାଇବେ ଜୀବନ, ଏହା ହେଉଛି ଧଳା ଜହର

0
ଲୁଣ କୁ ନେଇ who ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୋଟିଏ ରିପୋର୍ଟ ଜାରି କରିଛି l  ଯେଉଁଥିରେ କୁହାଯାଇଛି ଯେ ଅତ୍ୟଧିକ ଲୁଣ ସେବନ ଅନେକ ରୋଗର କାରଣ ଅଟେ l  who ଲକ୍ଷ ରଖିଛି ଯେ ୨୦୩୦ ମଧ୍ୟରେ ପ୍ରତ୍ୟେକ ଲୋକ ୩୦ ପ୍ରତିଶତ ଲୁଣ ଖାଇବା କମାଇବା ଉଚିତ l  ଏହି ରିପୋର୍ଟ ରେ ଆହୁରି ମଧ୍ୟ ଦର୍ଶା ଯାଇଛି ଯେ ଯଦି ସମୟ ଥାଉ ଥାଉ ସତର୍କ ହେବେ ନାହିଁ ତେବେ ଆସନ୍ତା ୭ବର୍ଷ ମଧ୍ୟରେ ୭୦ ଲକ୍ଷ ଲୋକ ଲୁଣ ଖାଇବା ଦ୍ୱାରା ହେଉଥିବା ବିଭିନ୍ନ ରୋଗରେ ପ୍ରଭାବିତ ହେବେ l  ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୧୪ ରୁ ୨୦ ମଧ୍ୟରେ ୱାର୍ଲଡ ସ୍ଲଟ ଆୱେର ନେସ ସପ୍ତାହ ପାଳିତ କରାଯାଇ ଥାଏ , ତେଣୁ ବର୍ତମାନ ଲୁଣ କୁ ନେଇ who ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି l

– who ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଅତ୍ୟଧିକ ଲୁଣ ସେବନ ରକ୍ତ ଚାପ, ହୃଦ ରୋଗ ଓ ଷ୍ଟ୍ରୋକ ର କାରଣ ହୋଇଥାଏ l

– ଏହାଛଡା ଅଧିକ ଲୁଣ ସେବନ ଦ୍ୱାରା ଶରୀରରେ କ୍ୟାଲସିୟମ ହ୍ରାସ ହୋଇଥାଏ, ଯେଉଁ କାରଣରୁ ଅନେକ ଲୋକେ ପ୍ରଭାବିତ ହୁଅନ୍ତି l
– ଏହାଛଡା ଏହି ରିପୋର୍ଟ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଅଧିକ ଲୁଣ ସେବନ କରନ୍ତି ସେମାନେ ଫୁଲି ଯାଇ ଥାଆନ୍ତି l
– ଅନେକ ଅଧ୍ୟୟନ ରେ କୁହାଯାଇଛି ଯେ ଅଧିକ ଲୁଣ ସେବନ ପେଟ ରେ କ୍ୟାନ୍ସର ର କାରଣ ହୋଇଥାଏ l
– who ପକ୍ଷରୁ କୁହାଯାଇଛି ଯେ ନିୟମିତ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୫ଗ୍ରାମ ଲୁଣ ସେବନ କଲା ତେବେ ସେ ଅନେକ ଶାରୀରିକ ସମସ୍ୟା ରୁ ଦୁରେଇ ରହି ପାରିବ l
– ବିଶେଷ ଭାବରେ ପ୍ୟାକେଜ ଫୁଡ ରେ ଅଧିକ ଲୁଣ ର ମାତ୍ରା ରହିଥାଏ, ତେଣୁ ତାହାକୁ ସେବନ ନକରିବା ପାଇଁ who ପକ୍ଷରୁ ସଚେତନ କରାଯାଇଛି l
– ଭାରତୀୟ ମାନେ ପ୍ରାୟ ଘରେ ହେଉ କିମ୍ବା ବାହାରେ ହେଉ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଓ ରୁଚି ମନ୍ତ କରିବା ପାଇଁ ଖାଇବା ସମୟରେ ଲୁଣ ମିଶାଇ ଖାଇ ଥାଆନ୍ତି, ଏହି କାରଣରୁ ଅଧିକ ଭାରତୀୟ ଉଚ୍ଚ ରକ୍ତଚାପ ଗ୍ରାସିତ ଅଟନ୍ତି l
– ଯେଉଁସବୁ ପ୍ୟାକେଜ ଫୁଡ ରେ ଅଧିକ ଲୁଣ ରହିଛି, ଯେପରିକି ଚିପ୍ସ, ପ୍ୟାକେଟ ରେ ଥିବା ବିଭିନ୍ନ ପ୍ରକାର ମିକ୍ସଚର ଏହାଛଡା ଅନ୍ୟାନ୍ୟ ପ୍ୟାକେଜ ନନ ଭେଜ ଖାଦ୍ୟ ରେ ମଧ୍ୟ ଅଧିକ ଲୁଣ ରହିଥାଏ l ଯାହାକି ହାର୍ଟ ଷ୍ଟ୍ରୋକ ର ଗୋଟିଏ ବଡ଼ କାରଣ l  ତେଣୁ ସେଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସତର୍କ ରହିବା ଉଚିତ l

Leave A Reply