Odisha news

୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

0

ବ୍ରହ୍ମପୁର – ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସନ୍ଧ୍ୟାର ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ ପରିଚାଳନା ଅଧିକାରୀ ସୁଦୀପ ନାୟକ ଯୋଗ ଦେଇ ଏହି ମେଳା କୁ ଉଦଘାଟନ କରିଥିଲେ।  ରାଜ୍ୟ ଔଷଧିୟ ବୃକ୍ଷ ପରିଷଦ ଏବଂ ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳଇତ ଆନୁକୂଲ୍ୟରେ କେସି ହାଇସ୍କୁଲ ପଡିଆରେ  ଆୟୋଜିତ ଏହି ମେଳା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିଦିନ ସକାଳ ୯ ଘଣ୍ଟା ଠାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ଏଥିରେରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବୈଦ୍ୟ ଓ କବିରାଜ ଅଂଶ ଗ୍ରହଣ କରିବେ । ୨୦୦୯ ମସିହାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିଲା ।  ଚଳିତ ଥର ୫୦ ଗୋଟି ଷ୍ଟଲ ଏହି ମେଳାରେ ଦେଖିବାକୁ ମିଳିବ । ଯେଉଁଥିରେ ବିଭିନ୍ନ ବୈଦ୍ୟ ବିଭିନ୍ନ ପ୍ରକାରର ରୋଗ ଏବଂ ତାହାର ନିରାକରଣ ପାଇଁ ଜଡିବୁଟି ବିକ୍ରୟ କରିବା ସହିତ ବିଭାଗ ପକ୍ଷରୁ ଚଳିତ ଥର ପ୍ରଥମ କରି ଆୟୁଷ ଡାକ୍ତର ମାନଙ୍କ ଦ୍ୱାରା ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସଭାପତିତ୍ବରେ ଆୟୋଜିତ ଏହି ମେଳା କୁ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ। ସେହିପରି ବ୍ରହ୍ମପୁର ବନଖଣ୍ଡ ର ସମସ୍ତ ବନାଞ୍ଚଳ ଅଧିକାରୀ ଓ ବନପାଳ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Govt
Leave A Reply