ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ସନ୍ତରା ପଞ୍ଚାୟତର ମଛପଦା ଗ୍ରାମ ଆଜି ବିଭିନ୍ନ କିସମ ର ତରଭୁଜ ଆମଦାନୀ ପାଇଁ ତିନୋଟି ରାଜ୍ୟରେ ଚହଳ ପକାଇ ପାରିଛି। ପ୍ରଥମ କରି ସେହି ଗ୍ରାମ ର ଅରବିନ୍ଦ ସାହୁ ନାମକ ଚାଷୀ ଏହି ତରଭୁଜ ଚାଷ କରି ଚାଷୀ ମହଲରେ ଆଖି ଫିଟାଇ ଦେଇ ପାରିଥିଲେ । ପ୍ରଥମ କରି ସେ ଚାଷ କରିଥିଲେ ମଧ୍ୟ ଉଚିତ୍ ପ୍ରଣାଳୀରେ ଚାଷ କରି ନ ପାରିବାରୁ ବିଶେଷ ଲାଭ କରିପାରି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସହିତ ଶହ ଶହ ଚାଷୀ ଉନ୍ନତ ମାନର ବିହନ ସହିତ ଭିନ୍ନ ଭିନ୍ନ ପ୍ରଜାତିର ବିହନ ଆଣି ଚାଷ କରିବା ପରେ ଏକ ତରଭୁଜ ବିପ୍ଳବ ସୃଷ୍ଟି କରି ପାରିଛନ୍ତି। ଝାରଖଣ୍ଡ ର ଟାଟା ମାର୍କେଟ,ପଶ୍ଚିମବଙ୍ଗର ଖଡଗପୁର, ମେଦିନୀପୁର, କୋଲକାତା ଏବଂ ଓଡ଼ିଶାର ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ,କଟକ ଓ ଭୁବନେଶ୍ୱର ଭଳି ମାର୍କେଟରେ ଚାହିଦା ବୃଦ୍ଧି କରିପାରିଛି। ଚଳିତବର୍ଷ ଅଶୀ ରୁ ଶହେ ଏକର ଚାଷଜମିରେ ଶତାଧିକ ଚାଷୀ ବିଭିନ୍ନ କିସମର ତରଭୁଜ ଚାଷ କରିଥିବା ବେଳେ ଏହା ଏବେ ବିକ୍ରୀ ପାଇଁ ପ୍ରସ୍ତୁତ ହୋଇ ଥିବାର ଦେଖାଯାଇଛି। ଦୈନିକ ବାହାରୁ ବ୍ୟବସାୟୀ ମାନେ ପହଞ୍ଚି ପାଇକାରୀ ମୂଲ୍ୟରେ କିଣି ନେଇ ଯାଉଥିବାର ଦେଖିବାକୁ ମିଳିଛି। ଚାଷୀମାନେ ବମ୍ବେର ଏକ ବିହନ ଉତ୍ପାଦନ / ବିକ୍ରୟ ସଂସ୍ଥା “ନନ୍ ଇୟୂ ସିଡସ୍” ନିକଟରୁ ସରସ୍ଵତୀ, ଆରୋହୀ, ଭିଶାଲା, ବବି ମକ୍ସ ମିଳନ୍, ସ୍ଵାତୀ ଗ୍ରୀନ୍ , ଏପଲ୍ ମିଲନ୍,ଭଳି ବିଭିନ୍ନ କିସମର ବିହନ ଆଣି ଚାଷ କରିଥିଲେ। ଏଥି ସହିତ ଲଗାଇବା ପ୍ରଣାଳୀ ଓ ରକ୍ଷଣାବେକ୍ଷଣ ସହିତ ମାର୍କେଟିଂ ପାଇଁ ବିହାରର ରାଜୀବ ରଞ୍ଜନ ଶର୍ମା ଓ ପଶ୍ଚିମବଙ୍ଗର ଶୁଭାଶୀଷ ମାଇତି ସମ୍ପୂର୍ଣ୍ଣ ଦାୟିତ୍ଵ ନେଇ ଥିବାର ଜଣାଯାଇଛି। ମୂଖ୍ୟ ଚାଷୀମାନଙ୍କ ମଧ୍ୟରେ ଅରବିନ୍ଦ ସାହୁ, ଅମୂଲ୍ୟ ଦତ୍ତ, କମଳାକାନ୍ତ ଦତ୍ତ, ଅବିକ୍ଷିତ ରାଉତ, ମନୋରଞ୍ଜନ ଜେନା, ପ୍ରତାପ ସାହୁ, ନିତ୍ୟାନନ୍ଦ ମହାରଣା, ହରପ୍ରସାଦ ବିନ୍ଧାଣୀ, ସତ୍ୟପ୍ରକାଶ ନାୟକ, ଗିରୀଶ ନାୟକ, ତରୁଣ କୁମାର ସାହୁ, ରବୀନ୍ଦ୍ର ଜେନା, ଲମ୍ବୋଦର ପଲେଇ, ଗଣେଶ୍ଵର ରାଉତ,ମନୋଜ ମହାରଣା, ରବୀନ୍ଦ୍ର ସିଂ, ତପନ ମହାନ୍ତ, ଅଜିତ ମହାନ୍ତ, ଙ୍କ ସମେତ ବହୁ ଛୋଟ ଚାଷୀମାନେ ଚଳିତବର୍ଷ ଚାଷରେ ଭଲ ଲାଭ କରିବେ ବୋଲି ପ୍ରକାଶ କରିଥିଲେ।ତରଭୁଜ କ୍ଷେତରେ ଚାଷୀମାନଙ୍କୁ ଭେଟିବା ପରେ ସେମାନେ ଆନନ୍ଦ ପ୍ରକାଶ କରିଥିଲେ।