Odisha news

ଆଳିସି ଶାସନରୁ ଚିତ୍ରା ହରିଣ ଉଦ୍ଧାର

0
ବାଲିପାଟଣା, ୧୨/୦୩ :  ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆଳିସି ଶାସନ ଗ୍ରାମରୁ ଏକ ଚିତ୍ରା ହରିଣ ଉଦ୍ଧାର ହୋଇଛି । ହରିଣଟି ସକାଳୁ ଆଳିସି ଶାସନ ଗ୍ରାମ ମଧ୍ୟରେ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଜମାହୋଇଥିଲେ ! ଲୋକଙ୍କୁ ଦେଖି  ହରିଣଟି ଦଉଡ଼ିବାକୁ ଲାଗିଥିଲା। ଦୌଡ଼ିବା ସମୟରେ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡି ପହଁରୁ ଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ !  ଖବର ପାଇ ବାଲିପାଟଣା ବନ ବିଭାଗ ଘଟଣା ସ୍ଥଳରେ ପହଂଚି ହରିଣ ଟିକୁ  ଆହତ ଅବସ୍ଥାରେ ଉଦ୍ଧାର କରି ନିକଟରେ ଥିବା ପଶୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା  ପାଇଁ ପଠାଇଛନ୍ତି  ।  ଚିକିତ୍ସା ପରେ ହରିଣ  ଟିକୁ  ଭଅଁରା ସଂରକ୍ଷିତ ଜଙ୍ଗଲରେ ଛଡା ଯିବା ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ।
Govt
Leave A Reply