ବାଲିପାଟଣା, ୧୨/୦୩ : ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆଳିସି ଶାସନ ଗ୍ରାମରୁ ଏକ ଚିତ୍ରା ହରିଣ ଉଦ୍ଧାର ହୋଇଛି । ହରିଣଟି ସକାଳୁ ଆଳିସି ଶାସନ ଗ୍ରାମ ମଧ୍ୟରେ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଜମାହୋଇଥିଲେ ! ଲୋକଙ୍କୁ ଦେଖି ହରିଣଟି ଦଉଡ଼ିବାକୁ ଲାଗିଥିଲା। ଦୌଡ଼ିବା ସମୟରେ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡି ପହଁରୁ ଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ ! ଖବର ପାଇ ବାଲିପାଟଣା ବନ ବିଭାଗ ଘଟଣା ସ୍ଥଳରେ ପହଂଚି ହରିଣ ଟିକୁ ଆହତ ଅବସ୍ଥାରେ ଉଦ୍ଧାର କରି ନିକଟରେ ଥିବା ପଶୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପଠାଇଛନ୍ତି । ଚିକିତ୍ସା ପରେ ହରିଣ ଟିକୁ ଭଅଁରା ସଂରକ୍ଷିତ ଜଙ୍ଗଲରେ ଛଡା ଯିବା ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ।