ନିରାକାରପୁର,୧୨/୩: -ଖୋର୍ଦ୍ଧା ଜିଲ୍ଲାରେ ବଢିଚାଲିଛି ବେଆଇନ ମାଙ୍କଡା ପଥର ଚୋରାଚାଲାଣ।ମାଫିଆ ମାନେ କେତେକ ସରକାରୀ ବଡବାବୁ ମାନଙ୍କୁ ହାତଗୁଂଜା ଦେଇ ବେଫିକର ଭାବରେ ମାଙ୍କଡା ପଥର ଚୋରାଚାଲାଣ କରୁଛନ୍ତି।ମାଫିଆ ମାନେ ମାଙ୍କଡା ପଥରକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରାଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି। ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଓ ଜଂକିଆ ଥାନା ପୋଲିସ ମିଳିତ ଭାବରେ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଅଂଚଳରେ ଚାଲିଥିବା ବେଆଇନ ଖଣିରେ ଚଢ଼ାଉ କରି ୪ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଓ ୨ଟି ପାଓ୍ବ।ର ଟିଲର ଜବତ କରି ଜଣଙ୍କୁ ଗିରଫ କରିଛି।ଏନେଇ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ। ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ଆଗକୁ ଚଢ଼ାଉ ଜୋରଦାର କରାଯିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି ।