Odisha news

ପିଞ୍ଝାବଣିଆ ଦୋଳମେଲଣ ପଡ଼ିଆ ନିଲାମ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ନିଲାମ କରି ନ ପାରି ଫେରିଲେ ବିଡିଓ

0

ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଉପକଣ୍ଠ ପୁରୁଣିଆ ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ପିଞ୍ଛାବଣିଆ ଦୋଳମେଲଣ ମହୋତ୍ସବ ନିମନ୍ତେ ପଡିଆ ନିଲାମ କରାଯିବାକୁ ଥିବାବେଳେ ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ନିଲାମ ହୋଇ ନପାରିବାରୁ ବୁଧବାର ପୂର୍ବାହ୍ନରେ ଅଫିସ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l ସୂଚନା ମୁତାବକ ମୟୁରଭଞ୍ଜ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ପୂର୍ବାହ୍ନରେ ପୁରୁଣିଆ ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ବେତନଟୀ ବ୍ଲକ ବିଡ଼ିଓ ଛବିରାଣୀ ସାହୁ ପହଞ୍ଚି ଥିଲେ l ମାତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ନିଲାମ ହୋଇପାରି ନଥିଲା l ଏପଟେ ନିଲାମ ପ୍ରକ୍ରିୟା ହୋଇ ନପାରିବାରୁ ବିଡ଼ିଓ ଛବିରାଣୀ ସାହୁ ଫେରିଆସୁ ଥିଲେ l ଏହି ସମୟରେ ନିଲାମ କରିବା ଜିଦରେ କିଛି ଗ୍ରାମବାସୀ ବିଡ଼ିଓଙ୍କ ଗାଡ଼ିକୁ ଛାଡ଼ିନଥିଲେ l ଶେଷରେ ବୈଶିଙ୍ଗା ପୁଲିସର ହସ୍ତକ୍ଷେପରେ ବିଡ଼ିଓ ସେଠାରୁ ଆସିଥିଲେ l ଏନେଇ ବିଡ଼ିଓ ଛବିରାଣୀ ସାହୁଙ୍କୁ ଯୋଗାଯୋଗ କରିବାରୁ ପଞ୍ଚାୟତ କର୍ତୃପକ୍ଷ ନିଲାମ ନକରି ଉକ୍ତ ପଡିଆକୁ ନିଜ ଆୟତ୍ତରେ ରଖିବାକୁ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦେଇଥିବା ବେଳେ ପଞ୍ଚାୟତର ଆଉଏକ ପକ୍ଷ ନିଲାମ ପାଇଁ ଜିଦ ଧରିଥିଲେ l ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l ତେବେ ବିଡ଼ିଓ ସେଠାରୁ ଆସିବା ପରେ କିଛି ଗ୍ରାମବାସୀ ପଞ୍ଚାୟତ ଫାଟକରେ ତାଲା ପକାଇ ଦେଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି l ଏପଟେ ଉପଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ପରଵର୍ତ୍ତି ନିଆଯିବ ବୋଲି ବିଡ଼ିଓ ଛବିରାଣୀ ସାହୁ ସୂଚନା ଦେଇଛନ୍ତି l

Leave A Reply