Odisha news

ରାଗ ବ୍ରହ୍ମଚଣ୍ଡାଳ, ପଡୋଶୀଙ୍କ ମାଡ଼ରେ ପଦ୍ମନାଭ ମୃତ୍ୟୁ

0

ଆଗରପଡ଼ା,୧/୩  :କୁହାଯାଏ ରାଗ ବ୍ରହ୍ମଚଣ୍ଡାଳ, ରାଗିଗଲେ ସମସ୍ତେ ହିତାହିତ ଜ୍ଞାନ ଭୂଲିଯାଆନ୍ତି ଓ ଭୂଲ କରିବସନ୍ତି । ଏହିପରି ଘଟଣା ଘଟିଛି ଆଗରପଡ଼ା ନିକଟସ୍ଥ ସୋସ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଠାରେ । ଏହି ଗ୍ରାମର ପଦ୍ମନାଭ ମହାନ୍ତିଙ୍କ ପରିବାର ରେ କୌଣସି କାରଣ ପାଇଁ ପୁଅବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ପାଟିତୁଣ୍ଡ ଶୁଣି ସେହି ଗ୍ରାମର ମଦନ ଯେନା ଘଟଣାସ୍ଥଳରେ ପହଁଞ୍ଚି ପଦ୍ମନାଭଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଥିରେ ରାଗିଯାଇ ପଦ୍ମନାଭ ପ୍ରଥମେ ମଦନଙ୍କୁ ଚାପୁଡ଼ା ମାରିଥିଲେ ପରେ ମଦନ ରାଗିଯାଇ ପାଖରେ ପଡ଼ିଥିବା ବାଡ଼ିରେ ପଦ୍ମନାଭଙ୍କ ମୁଣ୍ଡକୁ ପିଟିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି । ପଦ୍ମନାଭ ଗୁରୁତର ଆହତ ହୋଇ ମେଡିକାଲ ରେ ପହଁଞ୍ଚିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ମଦନଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡ଼ିଛି ।

Leave A Reply