Odisha news

ଦୁଇବର୍ଷ ଧରି ମିଳିଲାନି ବିଦ୍ୟୁତ ସଂଯୋଗ, ବିଭାଗୀୟ ଦୋଷ ଲୁଚାଇବା ପାଇଁ ନୀରିହ ଲୋକ ଙ୍କୁ ସ୍ବାଡ ସାହାର୍ଯ୍ୟରେ ଜୋରିମାନା, ଉଚ୍ଚସ୍ତରୀୟ ତଦନ୍ତ ଦାବି ।

0

କୋଣାର୍କ – କୋଣାର୍କ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ କାର୍ଯ୍ୟାଳୟ ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ବିଳିଗାଁ ଗ୍ରାମର ଜଣେ ନୀରିହ କାଠ କାରିଗରଙ୍କୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ କୋଣାର୍କ ଟାଟା ପାୱାର କାର୍ଯ୍ୟାଳୟ ଦୁଇ ବର୍ଷ ସମୟ ଅତିକ୍ରାନ୍ତ କରି ନିଜ ବିଭାଗୀୟ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଅଭିନବ ଉପାୟରେ ବିଦ୍ୟୁତ ସ୍ବାଡ ଜରିଆରେ ବିଦ୍ୟୁତ ସଂଯୋଗ ନେଇଥିବା ଦର୍ଶାଇ ମୋଟା ଅଙ୍କର ଜୋରିମାନା କରି ନୋଟିସ ଦେବା ଘଟଣା ବିଦ୍ୟୁତ ଉପଭୋକ୍ତା ମହଲରେ ନାପସନ୍ଦ କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

ଖବରରୁ ପ୍ରକାଶ ଯେ ମହଲପଡା ଗ୍ରାମପଞ୍ଚାୟତର ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା କାଠ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ସେ ନିଜ ଗ୍ରାମ ଠାରେ ଏକ ଛୋଟିଆ କାଠ ଅଡା କରି ସେଠାକୁ ବିଦ୍ୟୁତ ସଂଯୋଗ ନେବା ପାଇଁ କୋଣାର୍କ ଟାଟା ପାୱାର କାର୍ଯ୍ୟାଳୟ ଠାରେ ସରକାରୀ ନିୟମ ଅନୁଯାୟୀ ଅର୍ଥ ଜମା କରିଥିଲେ। ଏହି ଅର୍ଥ ଜମା କରିବା ପରେ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଦ୍ବାରା ଠିକାଦାର ଚୟନ କରି ଠିକାଦାରଙ୍କ ଦ୍ବାରା ସଂପୃକ୍ତି ସ୍ଥାନକୁ ବିଦ୍ୟୁତ ଖୁଣ୍ଟ ପକାଯାଇଥିଲା। ବିଦ୍ୟୁତ ଉପଭୋକ୍ତା ଦେୟ ବାବଦ ଅର୍ଥ ମଧ୍ୟ ସଂପୃକ୍ତ ବ୍ଯକ୍ତି କୋଣାର୍କ ଟାଟା ପାୱାର କାର୍ଯ୍ୟାଳୟ ଠାରେ ପୈଠ କରିବା ପରେ ବିଦ୍ଯୁତ ସଂଯୋଗ ନିମନ୍ତେ କାର୍ଯ୍ୟାଳୟକୁ ଦୀର୍ଘ ଦିନ ଧରି ଦୈଡି ଦୈଡି ନିରାଶ ହେବା ପରେ କୋଣାର୍କ ବିଦ୍ୟୁତ ସେକ୍ସନର ସହକାରୀ ପରିଚାଳକଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ କହିଥିଲେ ବିଦ୍ୟୁତ ସଂଯୋଗ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଅଛୁ ବୋଲି ଟୁନା ମହାରଣାଙ୍କୁ କହିଥିଲେ। ଏହି ସମାସ୍ୟାର ସମାଧାନ ନ ହେବାରୁ ଟୁନା ମହାରଣା ଘଟଣା ସମ୍ପର୍କରେ ପୁନର୍ବାର କୋଣାର୍କ ବିଦ୍ୟୁତ ଅଫିସକୁ ଯାଇ କାହିଁକି ମୋର ବିଦ୍ୟୁତ ସଂଯୋଗ ହେଲାନାହିଁ ବୋଲି ପଚାରିବାରୁ ସେ ବିଦ୍ୟୁତ ସଂଯୋଗ ନିମନ୍ତେ ଅର୍ଥ ଦାବି କରିଥିବା ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣାକୁ ନେଇ ଗତ ଫେବୃୟାରୀ ମାସ ୧୭ ତାରିଖରେ ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା ବିଦ୍ୟୁତ ସଂଯୋଗ ନିମନ୍ତେ ନିମାପଡ଼ା ସ୍ଥିତ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ନିଜ ବିଭାଗୀୟ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଅଭିନବ ଉପାୟରେ ବିଦ୍ୟୁତ ସଂଯୋଗ ପାଇଁ ଅପେକ୍ଷାରତ ଟୁନା ମହାରଣାଙ୍କ ଅନୁପସ୍ଥିତିରେ କୋଣାର୍କ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ବିଦ୍ୟୁତ ସ୍ବାଡ ମାଧ୍ୟମରେ ଦୀର୍ଘ ୨ବର୍ଷ ଧରି ବିଦ୍ୟୁତ ସଂଯୋଗ ହୋଇପାରିନଥିବା ବିଦ୍ୟୁତ ତାରକୁ ନିଜେ ଯୋଡିବା ଓ ଏହାର ଫଟୋ ଉଠାଇ ସଂପୃକ୍ତ ବ୍ଯକ୍ତିକୁ ଫସାଇବା ପାଇଁ ତାଙ୍କୁ ୮୮ହଜାର ଟଙ୍କାର ଜୋରିମାନା କରିବା ଘଟଣା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ବାସ୍ଫରୋଧ କଣ୍ଠରେ ଟୁନା ମହାରଣା ପ୍ରକାଶ କରିଛନ୍ତି। ବିଦ୍ୟୁତ ସ୍ବାଡ ବେଆଇନ ଭାବେ ଦୀର୍ଘ ଦିନର ବିଭାଗୀୟ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ବେଆଇନ ଭାବେ ସଂପୃକ୍ତ ବ୍ଯକ୍ତିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ସେହି ସମୟରେ ଆମ୍ବିଳିଗାଁ ଗ୍ରାମ ର ଦିଲ୍ଲୀପ ସ୍ବାଇଁ ଓ ଦୁଷ୍ମନ୍ତ ମହାଭୋଇ ଉପସ୍ଥିତ ଥିଲେ ବୋଲି ଟୁନା ମହାରଣା ନିମାପଡ଼ା ବିଦ୍ୟୁତ ବିଭାଗର ପରିଚାଳକଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ସଂପୃକ୍ତ ବ୍ଯକ୍ତି ବିଦ୍ୟୁତ ସଂଯୋଗ ପାଇଁ ସମସ୍ତ ସରକାରୀ ମାନଦଣ୍ଡ ଅନୁଯାୟୀ ଅର୍ଥ ପୈଠ କରିବା, ବିଦ୍ଯୁତ ସଂଯୋଗ କରିବା ପାଇଁ ଦୀର୍ଘ ୨ବର୍ଷ ଅପେକ୍ଷା କରିବା ଏବଂ ବିଦ୍ୟୁତ ସଂଯୋଗ ବଦଳରେ ତାଙ୍କୁ ବିଦ୍ୟୁତ ବିଭାଗ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଜୋରିମାନା କରି ନୋଟିସ ପଠାଇବା ଘଟଣାକୁ ମହଲପଡା ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀ, ଶ୍ରମିକ ସଂଗଠନ, ସାମାଜିକ କର୍ମୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ ଓ ଜନସାଧାରଣ ମାନଙ୍କ ପକ୍ଷରୁ ନାପସନ୍ଦ କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳ ଓ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କୁ ନିବେଦନ କରାଯାଇଛି। ବିଦ୍ୟୁତ ବିଭାଗର ଏଭଳି ହୀନ ମାନସିକତାକୁ ବିରୋଧ କରି ନ୍ଯାୟ ପାଇବା ପାଇଁ ଆସନ୍ତା ମାର୍ଚ୍ଚ ୩ତାରିଖରେ ଆମ୍ବିଳିଗାଁ ଗ୍ରାମର ଟୁନା ମହାରଣା କୋଣାର୍କ ବିଦ୍ୟୁତ ବିଭାଗ ସେସ୍କନ କାର୍ଯ୍ୟାଳୟ ଠାରେ ଆମରଣ ଅନଶନରେ ବସିବେ ବୋଲି ୫ଟିସଚିବ, ପୁରୀ ଜିଲ୍ଲାପାଳ, କୋଣାର୍କ ଥାନା ଅଧିକାରୀ, ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply