ସୋର,୨୪/୨/୨୩: ସୋର ବନଖଣ୍ଡ ଅଂଚଳର ଦୁଇଟି କରତକଳ ଉପରେ ଆଜି ବନବିଭାଗ ପକ୍ଷରୁ ଅଚନାକ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଛି। ବାଲେଶ୍ୱର ବଣ୍ୟଜୀବ ବନଖଣ୍ଡ ଅଧିକାରୀ ସୁମିତ କରଙ୍କ ନିର୍ଦେଶରେ ଅତିରିକ୍ତ ଜିଲା ବନଖଣ୍ଡ ଅଧିକାରୀ ଦିଗନ୍ତ ଶୋଭନ ଛାନ୍ଦ କୁଲଡ଼ିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ନେତୃତ୍ବରେ ଆଜି ଭୋର ସମୟରେ ସୋର ଜଗନ୍ନାଥପୁର ଓ ସୋର ତହସିଲ ସାମ୍ନାରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ବହୁ ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ଏହି ଚଢ଼ାଉରେ ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ,ଅଜୟ ଜେନା,ଉମାକାନ୍ତ ଜେନା,ବିଜୟ ସାହୁ ବନରଖି ଶାସିକଳା ସାହୁ ଜୟନ୍ତ ପ୍ରଧାନ ସିଂ ରାୟ ହେମ୍ରମ ପ୍ରମୁଖ ଏବଂ ବନ ସୁରକ୍ଷା କର୍ମୀଙ୍କ ସମେତ ସୋର ପୁଲିସ ସାମିଲ ଥିଲେ। ତେବେ ଅଭିଯୁକ୍ତ ମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
