Odisha news

ଜ୍ୟୋତିଷ ଶାସ୍ତ୍ର ରେ ଗ୍ରହ ଅନୁସାରେ କରନ୍ତୁ ଦାନ ଓ ଦିଅନ୍ତୁ ଉପହାର ମିଳିବ ଶୁଭ ଫଳ

0

ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ଵ ରହିଛି ଓ କିଛିଟା ବିଶେଷ ସ୍ଥିତିରେ ଦାନ କରାଯାଇ ଥାଏ। ଦାନ କରିବା ଦ୍ୱାରା କୁଣ୍ଡଳୀ ରେ ଗ୍ରହ ନକ୍ଷତ୍ର ଅନୁକୂଳ ରହି ଥାଆନ୍ତି ବୋଲି କୁହାଯାଇ ଥାଏ । ଏହାଛଡା କିଛିଟା ବିଶେଷ ଅବସରରେ ମଧ୍ୟ ଉପହାର ଦିଆ ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଦାନ ଓ ଉପହାର ଦେବା ସମୟରେ ମଧ୍ୟ କିଛିଟା ନିୟମ କୁ ଗୁରୁତ୍ଵ ଦିଆ ଯାଇଥାଏ ।

ଦାନ ଓ ଉପହାର ମଧ୍ୟରେ କଣ ରହିଛି ଅନ୍ତର -:
ଦାନ ଓ ଉପହାର ଉଭୟ ସ୍ଥିତି ରେ ଜିନିଷ ଅନ୍ୟକୁ ଦିଆଯାଇ ଥାଏ । କିନ୍ତୁ ଉଭୟ ର ଉଦ୍ଦେଶ୍ୟ ଅଲଗା ରହିଥାଏ । ଦାନ କୁ ଯେଉଁଠି ଗ୍ରହ – ନକ୍ଷତ୍ର ଙ୍କୁ ଶାନ୍ତି ଓ ପୁଣ୍ୟ ଫଳ ପ୍ରାପ୍ତି ନିମନ୍ତେ କରାଯାଇ ଥାଏ , ଅପର ପକ୍ଷରେ ଉପହାର କୌଣସି ବିଶେଷ ଅବସରରେ ଦିଆଯାଏ । କିନ୍ତୁ ଏହା ଭାଗ୍ୟ ଉପରେ ବେଳେବେଳେ ଖରାପ ପ୍ରଭାବ ମଧ୍ୟ ପକାଇ ଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେ କୌଣସି ବସ୍ତୁର ସମ୍ବନ୍ଧ ଗୋଟିଏ ନିଶ୍ଚିତ ଗ୍ରହ ସହିତ ରହିଥାଏ । ଏହାଛଡା କେବେ କେବେ ଦାନ ଓ ଉପହାର ଦେବା ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇ ଥାଏ । ତେଣୁ ଜାଣି ରଖିବା ଉଚିତ୍ ଗ୍ରହ ର ଆଧିପତ୍ୟ କେଉଁ ସବୁ ଜିନିଷ ଉପରେ ରହିଛି । ଆସନ୍ତୁ ଜାଣିବା ଗ୍ରହ ସହିତ ସମ୍ବନ୍ଧିତ ବସ୍ତୁ ଗୁଡ଼ିକ ର ଲେନଦେନ ବିଷୟରେ ।
* ସୂର୍ଯ୍ୟ ଗ୍ରହ -: ତମ୍ବା , ମାଣିକ, ରାଜସି ଚିହ୍ନ ଯୁକ୍ତ ବସ୍ତୁ ,ପୁରାତନ ମହତ୍ତ୍ଵ ଥିବା ବସ୍ତୁ ଓ ବିଜ୍ଞାନ ସମ୍ବନ୍ଧୀୟ ବସ୍ତୁ ଙ୍କ ସମ୍ବନ୍ଧ ସୂର୍ଯ୍ୟ ଗ୍ରହ ଙ୍କ ସହିତ ରହିଥାଏ । ଯଦି କୌଣସି ବ୍ୟକ୍ତି ଙ୍କ କୁଣ୍ଡଳୀ ରେ ସୂର୍ଯ୍ୟ ଗ୍ରହ ଙ୍କ ସ୍ଥିତି ଶୁଭ ରହିଥାଏ ତେବେ ଏହି ସମ୍ବନ୍ଧିତ ଜିନିଷ କୁ ଗ୍ରହଣ କରିବା ଶୁଭ ଫଳଦୟୀ ଅଟେ । ଏହାଛଡା କୁଣ୍ଡଳୀ ରେ ଯଦି ସୂର୍ଯ୍ୟ ଙ୍କ ସ୍ଥିତି ଖରାପ ରହିଥାଏ ତେବେ ଏଭଳି ଜିନିଷ କୁ ଦାନ କରିବା ଶୁଭ ଅଟେ ।
* ଚନ୍ଦ୍ରମା ଗ୍ରହ – : ଚାନ୍ଦି , ଚାଉଳ , ମୋତି , ଶଙ୍ଖ ଇତ୍ୟାଦି ବସ୍ତୁ ଚନ୍ଦ୍ରମା ଙ୍କ ସମ୍ବନ୍ଧୀୟ ଅଟେ । ଚନ୍ଦ୍ରମା ଙ୍କ ଅନିଷ୍ଟ ସ୍ଥିତି ରେ ଏହିସବୁ ଜିନିଷ କୁ ଦାନ କରିବା ଶୁଭ ଅଟେ । କିନ୍ତୁ ଗ୍ରହଣ କରିବା ଉଚିତ୍ ନୁହେଁ ।ଅନ୍ୟ ପକ୍ଷରେ କୁଣ୍ଡଳୀ ରେ ଚନ୍ଦ୍ରମା ଙ୍କ ସ୍ଥିତି ଯଦି ଭଲ ରହିଛି ତେବେ ଏହିସବୁ ଜିନିଷ କୁ ଗ୍ରହଣ କରିବା ଶୁଭ ଅଟେ ।
* ମଙ୍ଗଳ ଗ୍ରହ :- ଜୀଙ୍କ୍ ଧାତୁ ଓ ଚୋରୀ ହୋଇଥିବା ବସ୍ତୁ ମଙ୍ଗଳ ଗ୍ରହ ଙ୍କ ଆଧିପତ୍ୟ ରହିଥାଏ । ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ଗ୍ରହ ଅନିଷ୍ଟ ଫଳ ଦେଉଛି ତେବେ କାହାରି ଠାରୁ ମିଠା ଜିନିଷ ଉପହାର ଭାବରେ ନିଅନ୍ତୁ ନାହିଁ । କିନ୍ତୁ ମିଠା ଜିନିଷ ଦେବା ଭଲ ।
* ବୁଧ ଗ୍ରହ :- ଯଦି କୁଣ୍ଡଳୀ ରେ ବୁଧ ଦୁର୍ବଳ ଅଛନ୍ତି ତେବେ କଲମ , ଖେଳନା ଓ ଖେଳ ଜିନିଷ ଉପହାର ଭାବରେ ଦେବା ଆବଶ୍ୟକ । ଯଦି ବୁଧ ଶୁଭ ଫଳ ପ୍ରଦାନ କରୁଛନ୍ତି ତେବେ ଏହିସବୁ ଜିନିଷ କୁ ନେବାକୁ ସଙ୍କୋଚ କରନ୍ତୁ ।
* ଗୁରୁ ଗ୍ରହ -: ଧାର୍ମିକ ପୁସ୍ତକ , ସ୍ଵର୍ଣ୍ଣ , ହଳଦିଆ ବସ୍ତ୍ର , କେଶର ଆଦି ଉପହାର ଗୁରୁ ଅଶୁଭ ଫଳ ଦାୟୀ ହେବାଦ୍ବାରା ଆପଣ ନେଇ ପାରିବେ । ଏହିସବୁ ଜୀବନରେ ଜିନିଷ କୁ ଦାନ କରିବା ଦ୍ୱାରା ଗୁରୁ ର ଶୁଭ ଫଳ କମ୍ ହୋଇଥାଏ ।
* ଶୁକ୍ର ଗ୍ରହ :- ସୁଗନ୍ଧିତ ଦ୍ରବ୍ୟ, ରେଶମୀ କପଡ଼ା , ସୁଖ – ସୁବିଧା ସହିତ ଜଡ଼ିତ ଜିନିଷ , ନାରୀ ମାନଙ୍କ ପ୍ରସାଧନ ସାମଗ୍ରୀ, ଶୁକ୍ର ଗ୍ରହ ସହିତ ସମ୍ବନ୍ଧିତ ଅଟେ । ଯଦି କୁଣ୍ଡଳୀ ରେ ଶୁକ୍ର ଅଶୁଭ ଫଳାଦୟୀ ଅଟନ୍ତି ତେବେ ଏହିସବୁ ଜିନିଷ କୁ ଦିଅନ୍ତୁ କଦାପି ନିଅନ୍ତୁ ନାହିଁ। ।
* ଶନି ଗ୍ରହ :- କୁଣ୍ଡଳୀ ରେ ଶନି ଗ୍ରହ ଙ୍କ ଶୁଭ ଯୋଗ ରହିଛି ତେବେ ଭୋଜି ଭାତରେ ଯାଆନ୍ତୁ କିନ୍ତୁ ଘରକୁ ଡ଼ାକି କାହାକୁ ଭୋଜି କରନ୍ତୁ ନାହିଁ ।
* ରାହୁ ଗ୍ରହ :- ବିଜୁଳୀ ଉପକରଣ , କାର୍ବନ , ଔଷଧ ଇତ୍ୟାଦି ବସ୍ତୁ ଉପରେ ରାହୁ ଗ୍ରହ ଙ୍କ ଅଧିକାର ରହିଥାଏ । ତେଣୁ ଏହିସବୁ ଜିନିଷ କୁ ଦେବା ପୂର୍ବରୁ ନିଜ କୁଣ୍ଡଳୀ ରେ ରାହୁ ଙ୍କ ସ୍ଥିତି ଦେଖନ୍ତୁ ।
* କେତୁ ଗ୍ରହ :- କମ୍ବଳ , ଜୋତା , ଚପଲ୍ , କୁକୁର , ଛୁରୀ ଇତ୍ୟାଦି ଜିନିଷ ଉପରେ କେତୁ ଗ୍ରହ ଙ୍କ ଅଧିକାର ରହିଥାଏ । ଯଦି କେତୁ ଙ୍କ ଭଲ ପ୍ରଭାବ ରହିଛି ଏହିସବୁ ଜିନିଷ କୁ ନିଅନ୍ତୁ କିନ୍ତୁ ଦିଅନ୍ତୁ ନାହିଁ ।
Nalco
Leave A Reply