Odisha news

ଏହି ୭ଟି ଜୀବଜନ୍ତୁ ଙ୍କ ଠାରୁ ପ୍ରସ୍ତୁତ ହୋଇଥାଏ ଭୟଙ୍କର ରୋଗ ର ଚିକିତ୍ସା ପାଇଁ ଔଷଧ

0
* ସାପ ବିଷ ରେ ବିଭିନ୍ନ ପ୍ରକାରର ଆନ୍ଟିବେନମ୍ ପ୍ରସ୍ତୁତ ହୋଇଥାଏ । ଏହାର ଅର୍ଥ ଯଦି ଆପଣଙ୍କୁ ସାପ କାମୁଡି ଥାଏ ତେବେ ଅନ୍ୟ ସାପର ବିଷ ରୁ ପ୍ରସ୍ତୁତ ହୋଇଥିବା ଆନ୍ଟିବେନମ୍ ଆପଣଙ୍କ ଜୀବନ ରକ୍ଷା କରିଥାଏ । ଏହାଛଡା ଆନ୍ଠୁ ଗଣ୍ଠି ସମସ୍ୟା ପାଇଁ ମଧ୍ୟ ସାପ ବିଷ ର ବ୍ୟବହାର ହୋଇଥାଏ।
* ଯୋକ ଗୋଟିଏ ଏଭଳି ଜୀବ ଯାହାକୁ ଦେଖିବା ଦ୍ଵାରା ଆପଣଙ୍କୁ ଭଲ ଲାଗି ନଥିଲେ ମଧ୍ୟ , କିନ୍ତୁ ଏହା ଶରୀର ପାଇଁ ଖୁବ୍ ଉପୋଜୋଗି । ଏହାର ବ୍ୟବହାର ଦ୍ଵାରା ଏଭଳି ଔଷଧ ପ୍ରସ୍ତୁତ କରାଯାଇ ଥାଏ ଯାହା ଆପଣଙ୍କ ରକ୍ତ ସଞ୍ଚାଳନ କୁ ଖୁବ୍ ଉନ୍ନତ କରିଥାଏ । ଯଦି ଶରୀରରେ ରକ୍ତ ଜମାଟ ବାନ୍ଧି ଯାଇଥାଏ ତେବେ ଏହି ଜୀବ ଟି ସାହାଯ୍ୟ ରେ ପ୍ରସ୍ତୁତ ଔଷଧ ରକ୍ତ ଜମାଟ ବାନ୍ଧିବାକୁ ଠିକ୍ କରିଥାଏ ।
* ବିଷାକ୍ତ ମହୁମାଛି ର ବିଷ ର ବ୍ୟବହାର ଅନେକ ଗୁଡ଼ିଏ ରୋଗ ପାଇଁ ହୋଇଥାଏ । ଏହାର ବିଷ ରୁ ପ୍ରସ୍ତୁତ ଔଷଧ ଦ୍ଵାରା ଅର୍ଥରାଇଟିସ ଓ ମଲ୍ଟି ପୁଲ ସେଲରସିସ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ ହୋଇଥାଏ ।
* ବିଛା ର ବିଷ ଏଭଳି ଘାତକ ରୋଗର ଚିକିତ୍ସା ପାଇଁ ହୋଇଥାଏ ଯେଉଁ ରୋଗ ଦ୍ଵାରା ଆପଣଙ୍କ ଜୀବନ ମଧ୍ୟ ଯାଇଥାଏ । ଅଧ୍ୟୟନ ଅନୁସାରେ କିଛିଟା ବିଶେଷ ବିଛା ଙ୍କ ବିଷ ଦ୍ଵାରା କ୍ୟାନ୍ସର ଭଳି ଗମ୍ଭୀର ରୋଗ ର ଔଷଧ ପ୍ରସ୍ତୁତ ହୋଇଥାଏ । ବିଛା ବିଷ ରେ ଏଭଳି ଗୁଣ ରହିଥାଏ ଯାହା ଯନ୍ତ୍ରଣା ରୁ ଆରାମ ଦେଇଥାଏ ।
* ଚୀନ ରେ ଯେଉଁ ଚାଇନିଜ୍ ଚିକିତ୍ସା ପଦ୍ଧତି ର ବ୍ୟବହାର ହୋଇଥାଏ ସେଥିରେ ଅନେକ ଗୁଡ଼ିଏ ଜୀବଜନ୍ତୁ ଙ୍କ ବ୍ୟବହାର ହୋଇଥାଏ । ସେଠାରେ ଭାଲୁ ର ଗଲ୍ ବ୍ଲାଡର କରି ବିଭିନ୍ନ ପ୍ରକାର ରୋଗ ର ଚିକିତ୍ସା କରାଯାଇ ଥାଏ ।
* ମାରାଇନ ଅର୍ଗାନିଯିମ୍ ର ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ର ଚିକିତ୍ସା କରାଯାଇ ଥାଏ । ଏହାଦ୍ବାରା କ୍ୟାନ୍ସର , ଆଲଜାଇମାର , ଓ ଏଚ ଆଇ ଭି ଚିକିତ୍ସା ମଧ୍ୟ କରାଯାଇ ଥାଏ । ଏମାନଙ୍କ ବ୍ୟବହାର ଦ୍ଵାରା ଯେଉଁ ଔଷଧ ପ୍ରସ୍ତୁତ ହୋଇଥାଏ ତାହା ଅଧିକ ମୂଲ୍ୟ ର ହୋଇଥାଏ ।
* କୋନ୍ ସ୍ନେଲ ଅର୍ଥାତ୍ ଗେଣ୍ଡା ର ବ୍ୟବହାର ଅନେକ ଗୁଡ଼ିଏ ଯନ୍ତ୍ରଣା ନିବାରକ ଔଷଧ ରେ କରାଯାଇ ଥାଏ । ସମୁଦ୍ର ରେ ମିଳୁଥିବା ଏହି ଗେଣ୍ଡା ରେ ଏଭଳି କେମିକାଲ କମ୍ପାଉଣ୍ଡ ମିଳିଥାଏ ଯେଉଁଥିରେ ଭୟଙ୍କର ରୁ ଭୟଙ୍କର ଯନ୍ତ୍ରଣା ଠିକ୍ ହୋଇଥାଏ ।
Nalco
Leave A Reply