ଦଶପଲ୍ଲା ୨୦/୨: ସୋମବାର ଦିନ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ବ୍ଲକ ସଭାଗୃହ ପରିସରରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୭୯ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିବା ବେଳେ ୧୦ ଟି ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳ ତୁରନ୍ତ ସମାଧାନ କରିଥିଲେ । ୭୯ ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୬୫ ଟି ଅଭିଯୋଗ ଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ୩୩ ଟି ଅଭିଯୋଗ ରହିଛି । ସେହିପରି ୬ ଟି ବିଭିନ୍ନ ଗ୍ରାମର ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଛି । ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ରେଡ୍ କ୍ରସ ପକ୍ଷରୁ କାହାକୁ ସହାୟତା ଦିଆଯାଇ ନାହିଁ । ଏହି ଶିବିରରେ ଜିଲ୍ଲାପାଳ ଙ୍କ ସହ ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ତହସିଲଦାର ଶ୍ରୀକୁମାର ରଥ, ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
