Odisha news

SBI ସ୍କିମ : କନ୍ୟା ମାନଙ୍କୁ ଏସବିଆଇ ପକ୍ଷରୁ ମିଳୁଛି ଏହି ସୁବିଧା, କନ୍ୟାର ବିବାହ ଓ ଶିକ୍ଷାରେ ଯେଭଳି ଆପଣ ଚାହିଁବେ କରିପାରିବେ ବ୍ୟବହାର

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଙ୍କ ବ୍ୟତୀତ ସରକାରୀ ବ୍ୟାଙ୍କ ଗୁଡିକ ପକ୍ଷରୁ ଗ୍ରାହକ ମାନଙ୍କୁ ଅନେକ ସୁବିଧା ସୁଯୋଗ ଦିଆଯାଉଛି l  ଆଜି ଆମେ ଏଭଳି ଗୋଟିଏ ସ୍କିମ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କ ଝିଅକୁ ମିଳିବ ସମ୍ପୂର୍ଣ ୧୫ ଲକ୍ଷ ଟଙ୍କା l ଏସବିଆଇ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ ଝିଅ ମାନଙ୍କୁ ୧୫ ଲକ୍ଷ ଟଙ୍କା ର ସୁବିଧା ପାଇପାରିବେ l  ଏହି ଅର୍ଥର ବିନିଯୋଗ ଆପଣ ନିଜର ଶିକ୍ଷା କିମ୍ବା ବିବାହ କାର୍ଯ୍ୟରେ ଲଗାଇ ପାରିବ l

ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଗୋଟିଏ ଟୁଇଟ ମାଧ୍ୟମରେ ଦିଆଯାଇଛି ଓ କୁହାଯାଇଛି ଯେ ଝିଅ ମାନଙ୍କ ଶିକ୍ଷା ଓ ବିବାହ ପାଇଁ ବ୍ୟାଙ୍କ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା ର ସୁବିଧା ଦିଆଯାଉଛି l  ଯେଉଁଥିରେ ଆପଣ ମାତ୍ର ୨୫୦ ଟଙ୍କାର ଜମା କରି ଝିଅ ମାନଙ୍କର ଭବିଷ୍ୟତ ସୁଧାରି ପାରିବେ l  ଏହି ସରକାରୀ ଯୋଜନାର ବିଶେଷ କଥାଟି ହେଲା କି ଆପଣଙ୍କୁ ଗ୍ୟାରେଣ୍ଟି ଇନକମ ର ଲାଭ ମିଳିବ l  ଏହି ଯୋଜନା ଟି ବିଶେଷ ଭାବରେ ଶିଶୁ କନ୍ୟାଙ୍କ ପାଇଁ l  ଝିଅ ମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବା ପାଇଁ ଏହି ସ୍କିମ ର ସୁବିଧା ଦିଆଯାଉଛି l

ଏହାଛଡା ସରକାର ଏହି ସମୟରେ ସୁକନ୍ୟା ସମୃଦ୍ଧି ସ୍କିମ ଉପରେ ୭ .୬ ପ୍ରତିଶତ ଦରରେ ଅଧିକ ଲାଭ ଦେଉଛନ୍ତି l  ଏହାଛଡା ଆପଣ ଦୁଇଟି କନ୍ୟା ସନ୍ତାନ ଙ୍କ ପାଇଁ ମଧ୍ୟ ଏହି ସ୍କିମ ର ଲାଭ ନେଇପାରିବେ l  ଆପଣ ଏହି ସ୍କିମ କୁ ଅଧିକ ରୁ ଅଧିକ ୧୫ ବର୍ଷ ପାଇଁ ଖୋଲି ପାରିବେ l  ଯଦି ଆପଣ ଏହି ସ୍କିମ କୁ ଠିକ ସମୟରେ କିସ୍ତି ଡିପୋଜିଟ କରିବେ ନାହିଁ ତେବେ ଆପଣଙ୍କୁ ୫୦ ଟଙ୍କା ପେନାଲଟି ଭରିବେ l

Leave A Reply