Odisha news

ଶୀତଋତୁରେ ପାଚନ ଶକ୍ତି କୁ ମଜବୁତ କରିଥାଏ ଏହିସବୁ ଅଭ୍ୟାସ, ତେଣୁ ନିୟମିତ ଆପଣାନ୍ତୁ

0

ଶୀତଋତୁ ରେ ପାଚନ ତନ୍ତ୍ର ପ୍ରଭାବିତ ସମସ୍ୟା ଗୋଟିଏ ସାଧାରଣ ସମସ୍ୟା ଭାବରେ ଦେଖା ଦେଇଥାଏ l  କାହିଁକି ନା ଆମେ ନିଜର ଜୀବନ ଚର୍ଯ୍ୟାରେ ଶୀତଋତୁ ରେ ଅନେକ ଗୁଡିଏ କାର୍ଯ୍ୟକୁ ଅଣଦେଖା କରି ଦେଇଥାଉ l ଯେପରିକି ନିୟମତ ୱାକ ଓ ବ୍ୟାୟାମ ଇତ୍ୟାଦିକୁ ଅଣଦେଖା କରିବା, ଅଧିକ ତୈଳଯୁକ୍ତ ଭୋଜନ ଗ୍ରହଣ କରିବା ଏବଂ ଜଙ୍କ ଫୁଡ ସେବନ କରିବା ମଧ୍ୟ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ l  ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ l

– ଶୀତଋତୁ ରେ ଅଧିକ ଜଙ୍କ ଫୁଡ ସେବନ ପାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିଥାଏ l କାହିଁକି ନା ଜଙ୍କ ଫୁଡ ରେ ଅଧିକ ମାତ୍ରାରେ ସୁଗାର ଓ ଫ୍ୟାଟ ରହିଥାଏ l ତେଣୁ ବିଶେଷ ଭାବରେ ଏହା ପାଚନ ପ୍ରକ୍ରିୟା କୁ ଅଧିକ ପ୍ରଭାବିତ କରେ l ତେଣୁ ଜଙ୍କ ଫୁଡ ଠାରୁ ଦୂରେଇ ରହିବା ଉଚିତ l

– ଦହି ରେ ଗୁଡ଼ ବ୍ୟାକ୍ଟେରିଆ ରହିଥାଏ, ଯାହା ପାଚନ ପ୍ରକ୍ରିୟାକୁ ଠିକ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଶୀତଋତୁ ରେ ଦହି ସେବନ ଖୁବ ଫଳ ପ୍ରଦ ଅଟେ l କିନ୍ତୁ ଏହି ଦହି ଫ୍ରିଜ ପରିବର୍ତେ ବାହାରେ ରଖି ସେବନ କରିବା ଜରୁରୀ ଅଟେ ଓ ଏଥିରେ ଯଦି ସାମାନ୍ୟ ଗୁଡ଼ ମିଶାଇ ସେବନ କରିବେ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିବ l

– ଆମେ ସାଧାରଣ ଭାବରେ ଦେଖିବାକୁ ଗଲେ ଶୀତଋତୁ ରେ ଖୁବ କମ୍ ପାଣି ସେବନ କରୁ, ଯାହାକି ଆମର ପାଚନ ତନ୍ତ୍ର ପାଇଁ ଠିକ ନୁହେଁ l ଏହା ମଳ ତ୍ୟାଗରେ ବାଧା ସୃଷ୍ଟି କରିବା ସହିତ ପାଚନ ପ୍ରକ୍ରିୟା ପ୍ରଭାବିତ ହୁଏ l  ତେଣୁ ଶୀତଋତୁ ରେ ଦିନକୁ ୩ -୪ ଲିଟର ପାଣି ନିହାତି ସେବନ କରିବା ଜରୁରୀ l

– ଠିକ ସମୟରେ ଭୋଜନ ଗ୍ରହଣ ସର୍ବଦା ଶରୀର ପାଇଁ ହିତକର l  କାହିଁକି ନା ଆମେ ଯଦି ଠିକ ସମୟରେ ଭୋଜନ ଗ୍ରହଣ ନକରିବା ତେବେ ଏସିଡ଼ିଟି ଓ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବା l ଠିକ ସମୟରେ ଭୋଜନ ଗ୍ରହଣ ଅନେକ ପ୍ରକାର ଶାରୀରିକ ସମସ୍ୟା ଠାରୁ ଦୁରେଇ ରଖିଥାଏ l

– ଆମେ ସାଧାରଣ ଭାବରେ ଶୀତଋତୁ ରେ ହାଇ ଫ୍ୟାଟ ଫୁଡ ଗ୍ରହଣ କରିଥାଉ l  ଯାହାକି ଶରୀର ପାଇଁ ଠିକ ନୁହେଁ l  ଆମେ ପ୍ରତିଦିନ ନିଜ ଭୋଜନ ରେ ବିଭିନ୍ନ ଶସ୍ୟ ଜାତୀୟ ଜିନିଷ, ବିଭିନ୍ନ ପନିପରିବା, ଫଳମୂଳ ଶାମିଲ କରିବା ଜରୁରୀ l  ଯାହାକି ଅନେକ ରୋଗରୁ ଆମକୁ ଦୁରେଇ ରଖିଥାଏ l

– ଆମିଷ ଅଧିକ ସେବନ ପାଚନ ସମସ୍ୟା ସୃଷ୍ଟି କରିଥାଏ l  ତେଣୁ ଆମିଷ ଖାଦ୍ୟ ଠାରୁ ବିଶେଷ ଭାବରେ ଦୁରେଇ ରହିବା ଜରୁରୀ l ଶରୀର ପାଇଁ ପ୍ରୋଟିନ ର ଆବଶ୍ୟକତା ନିହାତି ରହିଛି କିନ୍ତୁ ଅଧିକ ଆମିଷ ସେବନ କ୍ଷତିକାରକ ଅଟେ l ଏହା ଶରୀରରେ ବିଭିନ୍ନ ସମସ୍ୟାର କାରଣ ହୋଇଥାଏ l

– ସବୁବେଳେ ଖାଦ୍ୟକୁ ଚୋବାଇ ଖାଇବା ଜରୁରୀ , କାରଣ ଖାଦ୍ୟକୁ ଯଦି ଆପଣ ଠିକ ଭାବରେ ଚୋବାଇ ସେବନ କରୁ ନାହାନ୍ତି ତେବେ ଏହା ପାଚନ ପ୍ରକ୍ରିୟା କୁ ପ୍ରଭାବିତ କରେ ଓ ଖାଦ୍ୟ ଠିକ ଭାବରେ ହଜମ ହେବାରେ ବାଧା ସୃଷ୍ଟି କରିଥାଏ l

Leave A Reply