Odisha news

ରଣପୁର ମହୋତ୍ସବ ‘ଅର୍ଜୁନ ‘ ର ତୃତୀୟ ସନ୍ଧ୍ୟା ଗୁଜୁରାଟ ଦାଣ୍ଡିଆ କଳାହାଣ୍ଡି ଘୁମୁରା ନୃତ୍ୟ ଦର୍ଶକ ଙ୍କ ମନମୋହିଲା

0

ରଣପୁର : ରଣପୁର ଐତିହ୍ୟ, କଳା ସଂକୃତି, ପରମ୍ପରା ଓ ଶହୀଦ ମାନଙ୍କ ର ର ବଳିଦାନ କୁ ଉତ୍ସାର୍ଗୀକୃତ କରି ମୁକ୍ତାକାଶ ରଙ୍ଗମଞ୍ଚ ବାଘସାମନ୍ତ ପଡିଆ ଠାରେ ଚାଲୁଥିବା   ରଣପୁର ମହୋତ୍ସବ ଅର୍ଜୁନ ର ତୃତୀୟ ସନ୍ଧ୍ୟା ଟି ଶହୀଦ ରଘୁନାଥ ମହାନ୍ତି ଙ୍କ ଉଦେଶ୍ୟରେ ପାଳିତ ହୋଇଛି.ପ୍ରତିଦିନ ପରି ତୃତୀୟ ଦିନ ରେ ରଣପୁର ବିଧାୟକ ଓ ମହୋତ୍ସବ କମିଟ ର ସଭାପତି ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ର ଆୟୋଜନ ହୋଇଥିଲା. ଏହିସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପୁରୀ ଶ୍ରୀଯୁକ୍ତ ପିନାକୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଡ଼କ୍ଟର.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ଶତପଥୀ, ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଳାପରିଷଦ ଅଧକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲା ବେଳେ ମହୋତ୍ସବ କମିଟ ର ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣ ରାୟ ମଞ୍ଚାସିନ ଥିଲେ.ପରିଶେଷରେ ବିଭିନ୍ନ କାର୍ଯ୍ୟ ରେ କୃତିତ୍ୱ ହାସଲ କରିଥିବା ପ୍ରତିଭା ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରିବାସହ ରଣପୁର ପ୍ରେସ କ୍ଳବ ସମସ୍ତ ସଦସ୍ୟ ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା.ତେବେ ମହୋତ୍ସବ ର ଶୀତୁଆ ତୃତୀୟ ସନ୍ଧ୍ୟା ରେ ପ୍ରବଳ ଜନସାମାଗମ ହୋଇଥିଲା ବେଳେ. କଟକ ସିଂଘମ ଡ୍ୟାନ୍ସ, ତୁରୁମା ଡ୍ୟାନ୍ସ କୋରାପୁଟ, ମଣିପୁର କଥକ, ଗୁଜୁରାଟ ର ଦାଣ୍ଡିଆ, କଳାହାଣ୍ଡି ର ଘୁମରା ନୃତ୍ୟ ପ୍ରଭୁର୍ତ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଙ୍କ ମନମୋହିଥିଲା.ମହୋତ୍ସବ ରେ ପଡିଥିବା ବିଭିନ୍ନ ମନୋରଞ୍ଜନ, ଖାଇବା ଷ୍ଟଲ, ମିନାବଜାର ଆଦି ବିଭିନ୍ନ ଷ୍ଟଲ ଗୁଡିକ ରେ ଜନସାଧାରଣ ଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା.  ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ବ୍ୟାପକ ପୋଲିସ  ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା.

Leave A Reply