ନିରାକାରପୁର, ୭/୧: ସ୍ଥାନୀୟ ଦିବ୍ୟସିଂହପୁର ବାଲୁଙ୍କେଶ୍ୱର ଦେବଙ୍କ ପୀଠ ରେ ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟହ ହୋମ,ଯଜ୍ଞ, ସୂର୍ଯ୍ୟ ପୂଜା ଓ ନାମ ସଙ୍କୀର୍ତ୍ତନ ଇତ୍ୟାଦି ହେବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିବ୍ୟସିଂହପୁର ଶାସନ ଗ୍ରାମବାସୀମାନେ ସହଯୋଗ କରିଥିଲେ। ୬ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ଠାକୁରଙ୍କ ଆଶିଷ ଲାଭ କରିଥିଲେ। ଏହି ମହାଯଜ୍ଞ ପୂଜାପାଠରେ ବସନ୍ତ କୁମାର ମିଶ୍ର ଆଚାର୍ଯ୍ୟ, ସୁଦର୍ଶନ ଷଡ଼ଙ୍ଗୀ, ତପନ କୁମାର ମହାପାତ୍ର ଓ କୃପାସିନ୍ଧୁ ପଣ୍ଡା, ନୃସିଂହ ପଣ୍ଡା ସହାୟତା କରିଥିଲେ।