Odisha news

ରୁଷିଆ ନାଗରିକଙ୍କ ମୃତ୍ୟୁ ଘଟଣା , ବ୍ୟବଚ୍ଛେଦ ରିପୋର୍ଟ ରେ ହୃଦଘାତ

0

ପାରାଦୀପ୍ – ଗତ 3 ତାରିଖ ଭୋର୍ ସକାଳ ସମୟରେ ପାରାଦୀପ୍ ଅଙ୍କରେଜ ପଏଣ୍ଟ ରେ ଥିବା ଜାହାଜ ଅଲଦାନେ ଭିତରେ ମୃତ୍ୟୁ ହୋଇଥିବା ରୁଷିଆ ନାଗରିକ ତଥା ଜାହାଜ ର ଚିପ଼ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇ ଙ୍କ ମୃତ୍ୟୁ ର ବ୍ୟବଚ୍ଛେଦ ରିପୋର୍ଟ ଆସିଛି  | କୁଜଙ୍ଗ ର ଦୁଇଜଣ ଡାକ୍ତର ତାଙ୍କୁ ବ୍ୟବଚ୍ଛେଦ କରିଥିବା ବେଳେ ପ୍ରାଥମିକ ଅବସ୍ତା ରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର୍ ଆଜି ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି | କିନ୍ତୁ ଅଧିକ ଅନୁସନ୍ଧାନ ଚାଲିବା ସହ ତାଙ୍କର ଭିସେରା ରିପୋର୍ଟ ପାଇଁ ପଠାଯାଇଥିବା ମଧ୍ଯ ସେ ପ୍ରକାଶ କରିଛନ୍ତି  | ଗତ କିଛି ଦିନ ତଳେ ରାୟଗଡା ଜିଲ୍ଲା ରେ ଦୁଇ ରୁଷିଆ ନାଗରିକ ଙ୍କ ମୃତ୍ୟୁ ଘଟଣା କୁ ନେଇ ଦେଶ ବିଦେଶ ରେ ଚର୍ଚା ବଢିବା ଓ ଏହର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ପାରାଦୀପ୍ ରେ ଆଉ ଏକ ରୁଷିଆ ନାଗରିକ ଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା  | ବନ୍ଦର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଏହି ଘଟଣା କୁ ଗୁରୁତର ସହ ନେଇଥିଲେ | ଏପର୍ଯ୍ୟନ୍ତ ତାଙ୍କ ମରଶରୀର ପାରାଦୀପ୍ ପୋର୍ଟ ମେଡିକାଲ ର ସବାଗାର ରେ ସଂରକ୍ଷିତ ରଖାଯାଇଥିବା ବେଳେ ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ ପରେ ଆଜି ବିଳମ୍ବିତ ରାତ୍ରି କିମ୍ବା କାଲି ସକାଳେ ମରଶରୀର କୁ କୋଲକାତା  ନିଆଯାଇ ସେଠାରୁ ମସ୍କୋ ନିଆଯିବ ଓ ସେଠାରେ ତାଙ୍କ ପତ୍ନୀ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି  | ମୃତ ସର୍ଜଇ ଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ଜଣାପଡିନଥିବା ବେଳେ ଅଧିକ ଅନୁସନ୍ଧାନ ଚାଲୁରହିଛି  |

Leave A Reply