ନିରାକାରପୁର, ୪/୧୨: ମାନବ ସେବା ହିଁ ମାଧବ ସେବା । ସ୍ଵେଚ୍ଛାକୃତ ସେବା ଦ୍ଵାରା ଅନ୍ତର ଆତ୍ମାକୁ ଶାନ୍ତି ମିଳିବ ସହିତ ଭଗବାନଙ୍କ ସତ।କୁ ଅନୁଭବ କରିହୁଏ। ଏହାକୁ ସୌରି ଚରଣ ସଂସ୍କୃତ ମହାବିଦ୍ୟାଳୟ , ଆରେଡିର ଜାତୀୟ ସେବା ଯୋଜନାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭ।ନତ୍ରୀ ବାସନ୍ତୀ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ ସଭାରେ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ବକ୍ତଭାବେ ସମାଜସେବୀ ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଜେନା କହିଥିଲେ ଯେ ମଦର ଟେରେସା ପରି ନିର୍ଭୀକ ଭାବେ ସେବା କରିବା ପାଇଁ ଆହ୍ବାନ ଦେଇଥିଲେ।
ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଶଶାଙ୍କ ଶେଖର ମିଶ୍ର, ସୀତାରାମ ଦାସ, ଲଛମନ ନାୟକ ସ୍ଵେଚ୍ଛାସେବୀ ମାନଙ୍କୁ ଭଲ ମଣିଷ ଓ ସମାଜ ପାଇଁ କିଛି ଭଲ କାମ କରିବା ପାଇଁ ଆହ୍ବାନ ଦେଇଥିଲେ। କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଜେନା ସ୍ଵାଗତ ଭାଷଣ ଦେଇଥିଲେ। ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ସୁଚିତ୍ରା ସାହୁ ୭ ଦିନର ବିବରଣୀ ପାଠ କରିଥିଲେ। ୭ ଦିନ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ସେବାର ଧର୍ମ, କାର୍ଯ୍ୟ, ରକ୍ତଦାନ, ସଡ଼କ ସୁରକ୍ଷା, ପ୍ରାଥମିକ ଚିିକିତ୍ସା, କରୋନା, ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଓ ବାହାରେ ମଳମୁତ୍ର ପରିତ୍ୟାଗ ନ କରିବା , ବୃକ୍ଷ ରୋପଣ ଆଦି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉକ୍ତ ଶିବିରରେ ୫୦ ଜଣ ଭାଗ ନେଇଥିଲେ। ବିଭିନ୍ନ କ୍ଷେତ୍ରରେ ଭାଗ ନେଇ ଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରଦ୍ଧାଞ୍ଜଳୀ ଜଗଦେବ ବେଷ୍ଟ ସ୍ୱେଚ୍ଛାସେବୀ ଓ ଅରବିନ୍ଦ ରଣସିଂହ ଖେଳରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପକ ସୁଚେନ୍ଦ୍ର ନାୟକ ଓ କାମଦେବ ଖଣ୍ଡୟତରାୟ ପ୍ରମୁଖ ସହଯୋଗ କରିଥିଲେ। ପୋଷ୍ୟ ଗ୍ରାମ ସାନ ଗୋବିନ୍ଦପୁର ନୂଆସାହି ରେ ଶିବିରାର୍ଥୀମାନେ ସେବା କାର୍ଯ୍ୟକ୍ରମ କରିଥିଲେ।