Odisha news

ଥଣ୍ଡା ପ୍ରକୋପ ରେ ବଢ଼ିଥାଏ ବୟସ୍କ ବ୍ୟକ୍ତି ଙ୍କ ଗଣ୍ଠି ଯନ୍ତ୍ରଣା , ଏହିସବୁ ଜିନିଷ ଠାରୁ ଦୂରେଇ ରହିବା ଦ୍ଵାରା ମିଳିଥାଏ ଚମତ୍କାର ଲାଭ

0
ଶୀତ ପ୍ରକୋପ ରେ ପୁରୁଣା ଆଘାତ ଅଧିକ ଯନ୍ତ୍ରଣା ଦେଇଥାଏ । ଅଧିକ ବୟସ୍କ ବ୍ୟକ୍ତି ଙ୍କ ପାଇଁ ଏହି ଥଣ୍ଡା ଦିନ ଖୁବ୍ କଷ୍ଟ ଦାୟକ ହୋଇଥାଏ । ଅନେକ ସମୟରେ ଏହି ଶୀତଋତୁ ଏଭଳି କିଛି ଯନ୍ତ୍ରଣା ଦେଇଥାଏ ଯାହାକି ଅନେକ ରୋଗର କାରଣ ହୋଇଥାଏ । ଏହାଛଡା ଏହି ଶୀତଋତୁ ବିଶେଷ ଭାବରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର କାରଣ ମଧ୍ୟ ହୋଇଥାଏ । ଏହା କେବଳ ଥଣ୍ଡା ନୁହେଁ , ଖାଦ୍ୟ ପେୟ ର ମଧ୍ୟ କାରଣ ଅଟେ ।
ଦିନଚର୍ଯ୍ୟା ରେ ସ୍ୱାସ୍ଥ୍ୟକର ଖାଦ୍ୟ କୁ ସାମିଲ କରିବା ମଧ୍ୟ ଉଚିତ୍, ଯାହା ଆପଣଙ୍କୁ ସମସ୍ତ ପ୍ରକାର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ ବିଷୟରେ ଯାହା ଆପଣ ସେବନ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଉପଶମ ପାଇବେ ।
* ଅର୍ଥାରାଇଟିସ ଅନେକ ପ୍ରକାରର ରହିଥାଏ । ଏଥିରେ ଅଷ୍ଟ୍ରିୟୋ ଅର୍ଥାରାଇଟିସ ସବୁଠୁ ସାମାନ୍ୟ ଅଟେ । ଏଭଳି ଭାବରେ ଅର୍ଥାରାଇଟିସ ଗୋଟିଏ ଅଟୋ ଇମ୍ୟୁନ୍ ରୋଗ ଅଟେ ବୋଲି ଗବେଷଣା କହୁଛି। ଏହାକୁ ଆମେ ବିଭିନ୍ନ ଖାଦ୍ୟ ରେ ମଧ୍ୟ ଠିକ୍ କରି ପାରିବା ।
* ଗବେଷକ ଙ୍କ ମତରେ ଖାଦ୍ୟ ପଦାର୍ଥ ର ଇମ୍ଫ୍ଲାମେସନ୍ ଆଣ୍ଠୁ ଫୁଲିବା ସହ ଯନ୍ତ୍ରଣା ବୃଦ୍ଧି କରିଥାଏ । ତେଣୁ ଏହିସବୁ ଖାଦ୍ୟ ପଦାର୍ଥ କୁ ବିଶେଷ ଧ୍ୟାନ ଦେବା ଜରୁରୀ । କିନ୍ତୁ ଆମେ ଯଦି ଏହିସବୁ ଖାଦ୍ୟ କୁ ବିଶେଷ ଧ୍ୟାନ ଦେଇ ଦେବା ତେବେ ଅର୍ଥାରାଇଟିସ ସମସ୍ୟା ରୁ ଦୂରେଇ ରହିବା ।
* ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଆମେ ନିୟମିତ ଖାଦ୍ୟ ରେ ଲୁଣ କମ୍ ସେବନ କରିବା ତେବେ ଅର୍ଥାରାଇଟିସ ସମସ୍ୟା ଠାରୁ ଦୂରେଇ ରହିବା ।
* ଯଦି ଆପଣ ଅର୍ଥାରାଇଟିସ ସମସ୍ୟା ରେ ଗତି କରୁଛନ୍ତି ତେବେ ମଦ ଠାରୁ ଦୂରେଇ ରୁହନ୍ତୁ । ଯାହାକି ଅର୍ଥାରାଇଟିସ ରୋଗୀଙ୍କ ପାଇଁ ଖୁବ୍ ଭୟଙ୍କର ହୋଇଥାଏ । ଅଧ୍ୟୟନ ଅନୁସାରେ ମଦ ସେବନ ଗାଉଟ୍ ଆଟାକ ର ଆବୃତ୍ତି ଓ ଏହାର ଗମ୍ଭୀରତା ଅଧିକ ହୋଇପାରେ ।
* ଏହାଛଡା ଫାଷ୍ଟ ଫୁଡ୍ ମଧ୍ୟ ଗଣ୍ଠି ଯନ୍ତ୍ରଣା ର କାରଣ ଅଟେ । ତେଣୁ ନିଜ ଦିନ ଚର୍ଯ୍ୟା ରେ ସ୍ୱାସ୍ଥ୍ୟକର ଖାଦ୍ୟ କୁ ସାମିଲ କରିବା ଉଚିତ୍ । ଯେପରିକି ସବୁଜ ପନିପରିବା ଓ ଫଳମୂଳ ଇତ୍ୟାଦି ।
* ତୈଳ ଯୁକ୍ତ ଭୋଜନ ଠାରୁ ଦୂରେଇ ରୁହନ୍ତୁ । କାରଣ ତୈଳ ଯୁକ୍ତ ଭୋଜନ ଶରୀର ରେ
ଅର୍ଥାରାଇଟିସ ସମସ୍ୟା କୁ ବୃଦ୍ଧି କରିଥାଏ ଓ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ନିୟମିତ ଭାବରେ ଉଷୁମ ପାଣି ସେବନ କରନ୍ତୁ , ଏହା ବିଭିନ୍ନ ଶାରିରୀକ ସମସ୍ୟା କୁ ଦୁର କରିବ ।
Leave A Reply