Odisha news

ଗବେଷଣା କହୁଛି : ସୋସିଆଲ ମିଡ଼ିଆ ବଢ଼ାଉଛି ଡିପ୍ରେସନ୍ ର ଶିକାର , ଦୂରେଇ ରହିବା ଦ୍ଵାରା ମିଳିଥାଏ ଏହିସବୁ ଲାଭ

0
ସୋସିଆଲ ମିଡ଼ିଆ କୁ ଆମେ ଯେତିକି ସହଜ ଭାବିଥାଉ , ସେତିକି ମଧ୍ୟ ଜୀଵନ କଷ୍ଟଦାୟକ ହୋଇଥାଏ । ଆଜିର ଦୁନିଆରେ ଯିଏ କି ସୋସିଆଲ ମିଡିଆ ର ଯିଏ ସୋସିଆଲ ମିଡ଼ିଆ ର ବ୍ୟବହାର କରି ନଥାଏ ସେ ଦୁନିଆର କୌଣସି ବିଷୟରେ ଜାଣି ପାରି ନଥାଏ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସୋସିଆଲ ମିଡିଆ ଲୋକ ଙ୍କୁ ଲୋକ ଙ୍କ ସହିତ ଯୋଡ଼ିବାରେ ସାହାଯ୍ୟ କରିଥାଏ , କିନ୍ତୁ ଗବେଷଣା କହୁଛି ଯେ ସୋସିଆଲ ମିଡିଆ ର ଅଧିକ ବ୍ୟବହାର ମଣିଷ ର ମେଣ୍ଟାଲ ହେଲ୍ଥ କୁ ପ୍ରଭାବିତ କରିଥାଏ । ଯାହାଦ୍ଵାରା ଚିନ୍ତା ବୃଦ୍ଧି , ଡିପ୍ରେଶନ ର ଶିକାର ଅଧିକ ଦେଖିବାକୁ ମିଳୁଛି ।
ହେଲ୍ଥ ଲାଇନ୍ ପକ୍ଷରୁ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ୨୫ ପ୍ରତିଶତ ଲୋକ ଙ୍କ ର ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଉଛି ସୋସିଆଲ ମିଡ଼ିଆ କାରଣରୁ । ଏହାଛଡା ୫୩ ପ୍ରତିଶତ ବ୍ୟକ୍ତି କହିଛନ୍ତି ଯେ ଏହାକୁ କମ୍ ପୂଜା କରିବା ଦ୍ୱାରା ମେଣ୍ଟାଲ ହେଲ୍ଥ ସୁସ୍ଥ ରହିଥାଏ ।
* ବିଶ୍ଵ ଯେତେବେଳେ କରୋନା ମହାମାରୀ ରେ ପୀଡିତ ହୋଇଥିଲା ସେତେବେଳେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହୋଇ ୬୬ ପ୍ରତିଶତ ରେ ପହଞ୍ଚି ଥିଲା । କାହିଁକି ନା ଏହି ସମୟରେ ଅଧିକ ରୁ ଅଧିକ ଘରେ ରହି ନିଜକୁ ସୋସିଆଲ ମିଡିଆ ରେ ବ୍ୟସ୍ତ ରଖୁଥିଲେ । ୧୫୦୦ ଆମେରିକିୟ ଙ୍କ ଉପରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ୮୬ ପ୍ରତିଶତ ଆମେରିକୀୟ ମତ ଦେଇଥିଲେ ଯେ ସୋସିଆଲ ମିଡ଼ିଆ ସିଧାସଳଖ ଭାବରେ ତାଙ୍କର ଖୁସି ଓ ଆତ୍ମଛବି ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଆଉ କିଛି ଲୋକ ଚିନ୍ତା , ଡିପ୍ରେସନ୍ ଓ ଏକୁଟିଆ ରହିଥିବାର କାରଣ ଦର୍ଶାଇ ଥିଲେ ।
ସୋସିଆଲ ମିଡିଆରେ ଜଡ଼ିତ ରହିବା ଭଲ , କିନ୍ତୁ ଏହାର ଅଧିକ ବ୍ୟବହାର ଆପଣଙ୍କ ମାନସିକ ସ୍ଵାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ ।
ଆସନ୍ତୁ ଆଜି ଜାଣିବା ସୋସିଆଲ ମିଡିଆ ରୁ ଦୂରେଇ ରହିବା ର ଲାଭ କଣ ସବୁ ରହିଛି -:
– ପ୍ରଥମ କାରଣଟି ହେଲା ଯଦି ଆପଣ ସୋସିଆଲ ମିଡିଆ ଠାରୁ ନିଜକୁ ଦୂରେଇ ରଖିବେ ତେବେ ନିଜକୁ ଅନ୍ୟଠୁ କମ୍ ବୋଲି ଭାବିବେ ନାହିଁ। ଅର୍ଥାତ୍ ଆପଣ ଗୋଟିଏ ଉନ୍ନତ ମାନର ଜୀବନ ଅତିବାହିତ କରିବେ ।
– ଡିପ୍ରେସନ୍ ଓ ଚିନ୍ତା ଠାରୁ ଅନେକ ଦୂରରେ ରହିବେ । ଆପଣଙ୍କ ମନ ଠିକ୍ ରହିବ ଓ ସକାରାତ୍ମକ ଭାବନା ରେ କାର୍ଯ୍ୟ କରିବେ ।
– ପ୍ରତିଦିନ ଲାଇମ୍ ଲାଇଟ୍ କୁ ଆସିବା ପାଇଁ କଣ ପୋଷ୍ଟ କରିବେ ସେ ବିଷୟରେ ଚିନ୍ତା କରିବାର ନଥିବ ।
– ଆପଣଙ୍କ ମଧ୍ୟରେ ସାମାଜିକ ଭାବନା ବଢିବା ସହିତ ଆପଣଙ୍କ ସାମାଜିକ ଜୀବନ ମଧ୍ୟ ଖୁବ୍ ସୁନ୍ଦର୍ ହେବ । ସେଥିପ୍ରତି ଧ୍ୟାନ ଦେବେ ।
– ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା ଦ୍ଵାରା ନିଜକୁ ବିଭିନ୍ନ ସୁନ୍ଦର୍ କାର୍ଯ୍ୟରେ ନିୟୋଜିତ ମଧ୍ୟ କରିପାରିବେ
Leave A Reply