Odisha news

ବାଇକ ଧକ୍କାରେ ଜଣେ ମୃତ, ଆରୋହୀ ଗୁରୁତର

0

ଆସିକା :  ଆସିକା ଥାନା ଅନ୍ତର୍ଗତ ଚାରିମାଇଲ ନିକଟରେ ବାଇକ ଧକ୍କା ରେ ୫୦ ବର୍ଷୀୟ ବ୍ୟକ୍ତି ଙ୍କ ମୂର୍ତ୍ୟୁ ଘଟିଛି।ଭେଟନଇ ଅଞ୍ଚଳ ଅଶୋକ ନଗରର ୨୩ ବର୍ଷୀୟ କଳୁଚରଣ ସ୍ବାଇଁ ମଟର ସାଇକେଲ ନଂ OR O7Q 9975 ରେ ମାତାଲ ଅବସ୍ଥାରେ ବାଇକକୁ ଦ୍ରୁତ ଗତିରେ ଚଳାଇ ଯାଇ ରାସ୍ତାରେ ଯାଉଥିବା  କ୍ଷେତ୍ରବାସୀ ସାହୁ( ୪୫)ଙ୍କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରୁ ଅଚେତ ଅବସ୍ଥାରେ କ୍ଷେତ୍ରବାସୀ ଙ୍କୁ ଏବଂ ଗୁରୁତର ହୋଇଥିବା କଳୁଚରଣ ଙ୍କୁ ଆମ୍ବୁଲେନ୍ସ ଯୋଗେ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା।ଡାକ୍ତର କ୍ଷେତ୍ରବାସୀଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ଜଣକ ହିଂଜିଲି କାଟୁ  ଅଂଚଳର ବୋଲି ଜଣାପଡିଛି।ସେ ଚାରିମାଇଲ ସ୍ଥିତ ଏକ କ୍ରସର ରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିଲେ।ସନ୍ଧ୍ୟବେଳେ ଚା ପିଇବାକୁ ଛକ ଆଡ଼କୁ ଯାଉଥିବା ସୂଚନା ମିଳିଛି।ମୃତଙ୍କ ପରିବାର ଲୋକଙ୍କୁ ପୋଲିସ  ସୂଚନା ଦେଇଥିବା ବେଳେ ଆହତ କଳୁଚରଣ ସ୍ବାଇଁଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରୁ ବାଇକ ଜବତ କରି ପୋଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

Leave A Reply