ଭଂଜନଗର – ନୂଆଁ ବର୍ଷ ପାଳନ ପୂର୍ବରୁ , ହୀନ ମାନସିକତା ଭଳି ଏକ କାର୍ଯ୍ୟକଳାପ ଘଟିଛି , ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗାଁ ନିକଟରେ । ଗୋଟିଏ ଗାଈ କୁ ହତ୍ୟା କରି ତାର ମାଂସ କାଟୁଥିବା ଅଭିଯୋଗରେ ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି।ଏହି ଘଟଣାକୁ ନେଇ ବିଶ୍ବହିନ୍ଦୁ ପରିଷଦର ରବିନ୍ଦ୍ର ଶତପଥୀଙ୍କ ଲିଖିତ ଅଭିଯୋଗକୁ ନେଇ ୪୩୨/୨୨ ରେ ମାମଲା ରୁଜୁ କରିଛି ୩ଜଣକୁ ଗିରଫ କରିଥିଲା। ସୂଚନା ପ୍ରକାରେ , ବିଲୁଆପଡା ଗାଁ ନିକଟ ଏକ ଚାଷଜମିରେ ୩ ଜଣ ବ୍ୟକ୍ତି , ଗୋଟିଏ ଗାଈ କୁ ନେଇ ହତ୍ୟା କରି ତା’ର ମାଂସ କାଟିବାକୁ ଉଦ୍ୟମ କରୁଥିବା ବେଳେ , ସ୍ଥାନୀୟ କିଛି ଲୋକ ଏହାର ପ୍ରତିବାଦ କରିଥିଲ। ଖବର ନେବାରେ , ନୂଆବର୍ଷ ପାଳନ କରିବା ପାଇଁ ହେଉଥିବା ଭୋଜି ସକାଶେ ଗୋ-ମାଂସ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ ସଂପୃକ୍ତ ଅଭିଯୁକ୍ତ ମାନେ । ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଈର ମୃତଦେହ କୁ ଜବତ କରିବା ସହ , ପ୍ରଣୀଧନ ଚିକିତ୍ସାକ ଙ୍କ ସହଯୋଗ ରେ ବ୍ୟବଛେଦ କରାଯିବ ଯାଇଥିଲା । ବ୍ୟବଛେଦ ସମୟରେ ଜଣାପଡିଥିଲା ଗାଈ ଟି ଗର୍ଭଧାରଣ କରିଥିଲା । ଏବଂ ଗୋଟିଏ ମୃତ ଶାବକ ଉଧାର କରାଯାଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ , ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । କୋୖଣସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଉପୁଜିବା ଆଶଙ୍କା ରେ ସ୍ଥାନୀୟ ପୋଲିସ ସଜାଗ ରହିଥିବାବେଳେ , ଘଟଣା ସ୍ଥଳରେ ବିଶ୍ବହିନ୍ଦୁ ପରିଷଦ ର ସଦସ୍ୟ ରବି ଶତପଥି , ବଟକୃଷ୍ଣ ପଣ୍ଡା , ମୂରଲୀଧର ପଣ୍ଡା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲ।