Odisha news

ଚଳନ୍ତା ଗାଡି ରୁ ଖସିପଡ଼ି ମହିଳା ଗୁରୁତର

0
ଆଠଗଡ଼ ତା ୦୨-୦୧-୨୩ ଆଜି ସଂଧ୍ୟାରେ ଆଠଗଡ଼ ଝରଣ ଛକରୁ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧା ଦାମୋଦର ପୁର ଗ୍ରାମ କୁ ଏକ ମୋଟରସାଇକେଲ ରେ ସେହି ଗ୍ରାମର ସ୍ଵାମୀ ସ୍ତ୍ରୀ ସୂର୍ଯ୍ୟ କାନ୍ତ ସାହୁ ଏବଂ ଜ୍ୟୋତ୍ସାମୟୀ ସାହୁ ଯାଉଥିବା ସମୟରେ ଭୋଗରା ପେଟ୍ରୋଲ ପମ୍ପ ସମ୍ମୁଖରେ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ୧୦୮  ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛ: ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀ ଆହତ।
ଆଠଗଡ଼ ତା ୦୨-୦୧-୨୩ ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ ଜେନାପଦା ଶାଳବଣି ଜଙ୍ଗଲ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗ୍ରାମ ର ରେଲୱେ ପୋଲିସ ରେ କାର୍ଯ୍ୟରତ ସେଖ ହବିବୁର ରେହମାନ ଆଜି ସଂଧ୍ୟାରେ କଟକ ରୁ ନିଜ ଘର କୁ ଫେରୁଥିବା ସମୟରେ ଜେନାପଦା ଶାଳବଣି ଜଙ୍ଗଲ ଠାରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ସେ ଘଟଣା ସ୍ଥଳରେ ପଡ଼ି ଛଟପଟ ହେଉଥିଲେ। ସେହି ବାଟ ଦେଇ ଫେରୁଥିବା ଆଠଗଡ କିଛି ସ୍ଥାନୀୟ ଯୁବକ ଦେଖିବା ପରେ ସଂଗେସଂଗେ  ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ  ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଆଠଗଡ଼ ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।
Leave A Reply