ଵ୍ରହ୍ମପୁର , ୨/୧ ଜାତୀୟ ରାଜପଥ -୧୬ ହଳଦିଆପଦର ବାଇପାସ ନିକଟରେ ଥିବା ଓଁ ସାଇ କଲେଜ ବସ ଧକ୍କାରେ ଉକ୍ତ କଲେଜର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମର ଦୁର୍ଯ୍ୟଧନ ବେହେରା। ତାଙ୍କ ସ୍ତ୍ରୀ ‘ଙ୍କ ଅଭିଯୋଗ ଅନୁଯାଇ ଟ୍ରାଫିକ ପୋଲିସ ୪/୨୩ ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପ୍ରଥମିକ ଅନୁସନ୍ଧାନରୁ ଟ୍ରକ ଚାଳକଙ୍କ ବେପରୁଆ ଗାଢି ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସନ୍ଧେହ କରୁଛି। ପ୍ରକାଶ ଥାଉକି ଗତ ରବିବାର ମଧ୍ୟାନ୍ନରେ ମଧ୍ୟ ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ ନିକଟ ଇସ୍କନ ମନ୍ଦିର ସମ୍ମୁଖରେ ଚଳିତ ବର୍ଷ ଆରମ୍ଭରେ ପ୍ରଥମ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ପୁଣି ଏକ ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଘଟଣାରୁ ପ୍ରକାଶ ଯେ, ଦୁର୍ଯ୍ୟଧନ ବେହେରା ସୋମବାର ସକାଳେ ଓଁ ସାଇ କଲେଜକୁ ଯାଉଥିଲେ। କଲେଜ ନିକଟରେ ତାଙ୍କ ପଛପଟୁ ଆସୁଥିବା ଉକ୍ତ କଲେଜର ବସ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସେ ରାସ୍ତା ଉପରେ କଚାଢ଼ି ହୋଇ ପଢିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହେବ ସହ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। କଲେଜ କିଛି କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।