Odisha news

ଜିଲ୍ଲା ଶିଶୁ ସୁରକ୍ଷା ପକ୍ଷରୁ ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମ

0
ବ୍ରହ୍ମପୁର ୨/୧- ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା କାର୍ଯ୍ୟଳୟ ପକ୍ଷରୁ ସ୍ଥାନୀୟ ଉତ୍କଳବାଳାଶ୍ରମ ସଭା ଗୃହରେ କନ୍ୟା ଭୃଣ ହତ୍ୟା ବନ୍ଦ, ଲିଙ୍ଗ ଅନୁପାତ ର ବୃଦ୍ଧି ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟର ସୁଦାମ ପାଣିଗ୍ରାହୀ ଅଧକ୍ଷତା କରିଥିଲେ।  ଏଥିରେ ଛତ୍ରପୁର କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଅଳକା ମିଶ୍ର,ସଦସ୍ୟ ବିଭୁଦତ୍ତ ସାମନ୍ତରାୟ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, ବ୍ରହ୍ମପୁର କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଅମିୟ ତ୍ରିପାଠୀ, ଉତ୍କଲ ବାଳାଶ୍ରମ ର ସସ୍ମିତା ପାଢ଼ୀ, ପ୍ରମୁଖ ଉପସ୍ଥିତ ରହିଥିଲେ।୨୦୧୧ ମସିହାରୁ ୨୦୨୧ମସିହା ଲିଙ୍ଗଗତ ସମାନତାର ପରିସଂଖ୍ୟାନ  ଅନୁସାରେ ସାହାରାଞ୍ଚଳ ରେ ପ୍ରତି ୧୦୦୦ ପୁରୁଷ ତୁଳନାରେ ୯୧୩ କନ୍ୟା ସନ୍ତାନ, ଗ୍ରାମଞ୍ଚଳରେ ୧୦୦୦  ପୁଅ ତୁଳନାରେ ୯୪୬ ଝିଅ ରହିଛନ୍ତି l ସେହିଭଳି ସହରାଞ୍ଚଳ ସ୍ଵାକ୍ଷରତା ହାରରେ ମଧ୍ୟ  ପୁରୁଷଙ୍କ ଶତକଡ଼ା ୮୧.୫୯%ଏବଂ କନ୍ୟା ସନ୍ତାନ ମାନଙ୍କ ୬୪.୦୧ % ସେହିଭଳି ଗ୍ରାମଞ୍ଚଳରେ ପୁରୁଷ ମାନଙ୍କ ୭୫.୩୫ % ଏବଂ ଝିଅ ମାନଙ୍କ ୫୦.୫୧ % ରହିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡିଛି l ଆମ ରାଜ୍ୟର ସ୍ଵାକ୍ଷରତା ରେ  ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର କନ୍ୟା ସନ୍ତାନମାନଙ୍କ ଶତକଡ଼ା ୮୬.୮୮% ରହିଥିବା  ବେଳେ ସର୍ବ ନିମ୍ନ ସ୍ଵାକ୍ଷରତା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ରେ ୪୬.୪୩% ରହିଛି l ସେଭଳି ଲିଙ୍ଗ ଅନୁପାତରେ ରାୟଗଡା ଜିଲ୍ଲାରେ ୧୦୦୦ ପୁଅ ତୁଳନାରେ ୧୦୫୧ ଝିଅ ରହିଥିବା ବେଳେ ସର୍ବ ନିମ୍ନ ନୟାଗଡ଼ ଜିଲ୍ଲା ରେ ୧୦୦୦ ପୁଅ ତୁଳନାରେ ୯୧୫ ଝିଅ ରହିଥିବା ସର୍ଭେ ତଥ୍ୟରୁ ଜଣା ପଡିଛି l ଗଞ୍ଜାମ ଜିଲ୍ଲା ରେ ମଧ୍ୟ ୧୦୦୦ ପୁଅ ତୁଳନାରେ ୯୮୩ ଝିଅ ସ୍ୱାକ୍ଷରତା ରହିଥିବା ବେଳେ ଏହାର ହାର ୭୧.୦୯% ରହିଛି l ସମାଜରେ ଲିଙ୍ଗଗତ ତାରତମ୍ୟ ର ଏଭଳି ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେଲେ  ସ୍ବେଛାସେବୀ ସଂଗଠନ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି  ବକ୍ତାମାନେ ମତ ଦେଇଥିଲେ।ସେହିଭଳି   କନ୍ୟା ଶିଶୁର ବଞ୍ଚିବା , ବିକାଶ, ସହାଭାଗିତା ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
Leave A Reply