ଆଜିକାଲି ଆଧୁନିକ ଯୁଗରେ ଆମେ ବିଭିନ୍ନ ପ୍ରକାର ଧାତୁ ନିର୍ମିତ ପାତ୍ରକୁ ଭୋଜନ ପ୍ରସ୍ତୁତ ପାଇଁ ବ୍ୟବହାର କରୁଛୁ l ଯାହାକି ଆଧୁନିକ ସମାଜର ଗୋଟିଏ ଚଳଣି ହୋଇ ଯାଇଛି l କିନ୍ତୁ ପୁରୁଣା ଯୁଗରେ ବିଶେଷ ଭାବରେ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରାଯାଉ ଥିଲା l ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ରହୁଥିଲା l ମାଟି ପାତ୍ରର ଚାହିଦା ଖୁବ ପୁରୁଣା ସମୟରୁ ରହିଛି l କିନ୍ତୁ ମାଟି ପାତ୍ର ଚାହିଦା ଆଜି କେବଳ ପାଣିର ଘଡା ଭାବରେ କେତୋଟି ଘରେ ବ୍ୟବହାର ହେଉଛି l
– ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଛଡା ଖାଇବା ମଧ୍ୟ ଜରୁରୀ l ଯାହା ଆମ ଶରୀରକୁ ଚମତ୍କାର ଲାଭ ଦେଇଥାଏ l ମାଟି ବାସନ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟର ସୁଗନ୍ଧ ଦୀର୍ଘ ସମୟ ଧରି ରହିଥାଏ l କାହିଁକି ନା ମାଟି ର ସ୍ୱାଦ ସାମାନ୍ୟ ଖାର ହୋଇଥାଏ l
– ମାଟି ପାତ୍ର ଖାଦ୍ୟର ପୋଷଣ କୁ ବୃଦ୍ଧି କରିଥାଏ l କାରଣ ମାଟି ପାତ୍ର ରେ ଖାଦ୍ୟ ପ୍ରସ୍ତୁତ କରିଥିଲେ ସେଥିରେ ଆଇରନ, ଫସଫରସ, କ୍ୟାଲସିୟମ ଓ ମଗ୍ନେଶୀୟମ ଭଳି ଖଣିଜ ପଦାର୍ଥ ମିଳିଥାଏ l ଯାହାଦ୍ୱାରା ଶରୀର କୁ ଅନେକ ପୋଷାକ ତତ୍ୱ ମିଳି ଯାଇଥାଏ l
– ଯଦି ଆପଣ ମାଟି ବାସନ ରେ ଖାଦ୍ୟ ପ୍ରସ୍ତୁତ କରନ୍ତି ତେବେ ଏହା ପିଏଚ ଲେବୁଲ କୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ l ବିଶେଷ ଭାବରେ ମାଟିରେ ଥିବା ଖରିୟ ଅଂଶ ଖାଦ୍ୟରେ ମିଶି ପିଏଚ ଲେବୁଲ କୁ ମେଣ୍ଟନ କରିଥାଏ ଓ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ l
– ମାଟି ବାସନ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କମ ତେଲ ର ଉପଯୋଗ ହୋଇଥାଏ l ଅର୍ଥାତ ଯେତେବେଳେ ଆପଣ ଏଥିରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଏଥିରେ ଥିବା ନେଚୁରାଲ ମଇଶ୍ଚର ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଏହା ହୃତପିଣ୍ଡ ଓ ଉଚ ରକ୍ତଚାପ ସମସ୍ୟା ଦୂର କରିଥାଏ l