Odisha news

ଗାନ୍ଧିସ୍ମୃତି ଭବନରେ ଚନ୍ଦ୍ରଭାଗୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ

0

ବାଲେଶ୍ୱର -୦୧/୦୧: ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ କବି ସତ୍ୟ ସାହୁଙ୍କ ତତ୍ତ୍ୱାବଧାନରେ କଥା-କବିତା-ନାଟକର ସ୍ୱର କାର୍ଯ୍ୟକ୍ରମରେ ଡ. ହରିଶ୍ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ କବିତା ପାଠୋତ୍ସବର ସମୀକ୍ଷା କରିଥିଲେ ଡ. ଶିରିଶ ଚନ୍ଦ୍ର ଜେନା । କବି ସଂଜିିତ ବଳ କାର୍ଯ୍ୟକ୍ରମ ପରି·ଳନା କରିଥିବା ବେଳେ ଚନ୍ଦ୍ରଭାଗାର ପ୍ରତିଷ୍ଠାତା କବି ଶ୍ରୀ ଦେବ ସବିଶେଷ କାର୍ଯ୍ୟଧାରା ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ବେହେରା, ପ୍ରଦୀପ୍ତ ମହାନ୍ତି, ରାଜେନ୍ଦ୍ର ଗିରି, ସୁଦୀପା ସାହୁ, ଡ. ଦିଲ୍ଲୀପ ରଥ, କବି ମଧୁସୂଦନ ମିଶ୍ର, କବି ଇନାୟତ ଅଲ୍ଲୀ ଖାନ୍, ଲିପି ରେଖା ଶତପଥି ପ୍ରମୁଖ କବିତାପାଠ କରିଥିଲେ । ତୃତୀୟ ସଂନ୍ଧ୍ୟାରେ ଟରାଙ୍ଗ, କୁରୁଲିଆ, କୋଲକତାର କାଲେବର ମେମୋରିଆଲ ଡେନ୍ସ ଗ୍ରୁପ୍ ଦ୍ୱାରା ବିଶ୍ୱ ବିଖ୍ୟାତ ଛଉ ନୃତ୍ୟ ପରିବେଷଣ ହୋଇଥିଲା । କବି ମିତା ପଟ୍ଟନାୟକ ମଂଚ ଆହ୍ୱାନ କରିଥିବା ବେଳେ କବି କଲ୍ୟାଣି ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଦଧିବାମନ ଉଚ୍ଚ ମାଧ୍ୟମିକ ଶିକ୍ଷାୟତନ, ତୃମୁଙ୍ଗା,କେନ୍ଦୁଝରର ସୌଜନ୍ୟତାରେ ନାଟ୍ୟକାର ତଥା ନିଦେ୍ର୍ଦଶକ ଡ. କୁଳମଣି ପ୍ରଧାନଙ୍କ ଓଡ଼ିଆ ନାଟକ ସମୟର ଶୋକ,ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ଜିଲ୍ଲା କରିମ୍ସିଟି କଲେଜ ସୌଜନ୍ୟତାରେ ନାଟ୍ୟକାର ତଥା ନିଦେ୍ର୍ଦଶକ ଶିବଲାଲ ସାଗରଙ୍କ ହିନ୍ଦି ନାଟକ ମାର୍ଗଦର୍ଶକ ୨ଟି ନାଟକର ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗୀତାରେ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ, ନାଟ୍ୟକାର ପ୍ରଦୀପ ଭୌମିକ, ନାଟ୍ୟକାର ରାଜୀବ ପାଣି, ବି·ରକ ଭାବେ ଉପସ୍ଥିତ ରହି ନାଟକର ମୂଲ୍ୟାୟନ କରିଥିଲେ । ଅବନୀ କୁମାର ଜେନା, ସତ୍ୟ ସେଠୀ, ରମେଶ ମଲ୍ଲିକ, ସନ୍ତୋଷ ପଣ୍ଡା, ଅଜୟ କୁମାର ପାତ୍ର, ରୀନା ପାତ୍ର, ଜ୍ୟୋର୍ତିମୟୀ ଶତପଥି ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ

Leave A Reply