କେନ୍ଦ୍ରାପଡା-୦୧/୦୧: କେନ୍ଦ୍ରାପଡା ସିଏସଆଇ କୋର୍ଟରେ କାର୍ଯ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କ କର୍ତବ୍ୟ ପରାୟଣତା ପାଇଁ ବୟସ୍କା ବୃଦ୍ଧା ଜଣକ ନିଜର ମନି ପର୍ସ ଫେରି ପାଇଥିବା ଜଣାପଡିଛି । ଆଜି ନୂଆବର୍ଷ ତଥା ଶାମ୍ବ ଦଶମୀ ଉପଲକ୍ଷେ ଶ୍ରୀ ବଳଦେବଜୀଉ ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିଲା । ଜିଲ୍ଲାର ବିଭିନ୍ନ କେଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରବଳ ଭିଡ କରିଥିବା ବେଳେ ତ୍ରିଲୋଚନପୁର ଗ୍ରାମର ଗୋବିନ୍ଦ ପାଲଙ୍କ ପତ୍ନୀ ରଶ୍ମିତା ପାଲଙ୍କ ଟଙ୍କା ଥିବା ମନିପର୍ସ ଭିଡରେ ଭିତରେ ମନ୍ଦିର ବେଢାରେ ହଜି ଯାଇଥିଲା । ବୃଦ୍ଧା ଜଣକ ମନିପର୍ସ ହଜି ଯାଇଥିବାରୁ ଏଣେତେଣେ ବିବ୍ରତ ହୋଇ ଖୋଜୁଥିବା ବେଳେ ମନିପର୍ସଟିକୁ ପାଇଥିବା ଏଏସ୍ଆଇ ଶାନ୍ତିଲତା ମଲିକ ବୃଦ୍ଧାଙ୍କୁ ଡାକି ବୁଝିବା ପରେ ମନିପର୍ସଟିକୁ ଫେରାଇ ଦେଇଥିଲେ । ତାଙ୍କର ଏହି ମହାନତା ପାଇଁ ବିଭିନ୍ନ ମହଲରେ ଶ୍ରୀମତୀ ମଲିକଙ୍କୁ ପ୍ରଶଂସା କରାଯାଇଛି ।