Odisha news

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚୈାଦ୍ୱାର କ୍ଲବ ଚମ୍ପିଆନ

0

କେନ୍ଦ୍ରାପଡା-୦୧/୦୧: କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚୈାଦ୍ୱାର କ୍ଲବ ଚମ୍ପିଆନ ହୋଇଥିବା ଜଣାପଡିଛି । ୨ଟି ଗ୍ରୁଫରୁ ଚୈାଦ୍ୱାର କ୍ଲବ ଓ କଟକର ଏନୟୁସି କ୍ଲବ ଫାଇନାଲ କୁ ଉଠିଥିଲେ । ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଚୈାଦ୍ୱାର କ୍ଲବ ଟାଇବେକର ରେ ଏନୟୁସି କ୍ଲବକୁ ୫-୩ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । ପୁରଷ୍କାର ବିତରଣୀ ଉସôବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅଥିଥି ଭାବେ ଯୋଗ ଦେଇଥିବା ବେଳେ ଏସପି ସନ୍ଦପ ସମ୍ପଦ ମଡକର ଓ ଡାକ୍ତର ସଲିମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ ଓ ରନର୍ସଅଫ ଦଳକୁ ସିଲ ପ୍ରଦାନ କରିଥିଲେ । ଏହି ଖେଳ ଦେଖିବା ପାଁ ସହରର ବହୁ ପୁରୁଣା ଫୁଟବଲ ଖେଳାଳୀଙ୍କ ସମେତ ବହୁ ଯୁବ ଖେଳାଳୀ ସମବେତ ହୋଇ ଉଭୟ ଦଳ ଖେଳାଳୀଙ୍କୁ ଉସôାହିତ କରିଥିଲେ । କ୍ରୀଡା ଶିକ୍ଷକ ଜ୍ୟୋର୍ତିମୟ ଦାସ ଓ ସୈାକତ ଖାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply