Odisha news

ଛୋଟ ଛୁଆଙ୍କୁ ଆଲିଙ୍ଗନ କରିବାର ଚମତ୍କାର ସ୍ୱାସ୍ଥ୍ୟଗତ ଲାଭ , ଯାହାକୁ ଆପଣ ମଧ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ଆମେ ଅନ୍ୟକୁ ଆଲିଙ୍ଗନ କରି ନିଜର ସ୍ନେହ ପ୍ରଦର୍ଶନ କରିଥାଉ l ଛୋଟ ଛୁଆ ହୁଅନ୍ତୁ କିମ୍ବା ବଡ଼ ସମସ୍ତେ ନିଜର ସ୍ନେହ ଦେଖାଇବା ପାଇଁ ଆଲିଙ୍ଗନ ର ମାଧ୍ୟମକୁ ଆପଣାଇ ଥାଆନ୍ତି l କିନ୍ତୁ ବିଶେଷ ଭାବରେ ଛୋଟ ପିଲାଙ୍କୁ ଆଲିଙ୍ଗନ କରିବା ଦ୍ୱାରା ମିଳିଥାଏ ଶରୀରକୁ ଅଦ୍ଭୁତ ଲାଭ l  ଅନେକ ଗୁଡିଏ ଗବେଷଣାରେ କୁହାଯାଇଛି ଯେ ଆଲିଙ୍ଗନ ଦ୍ୱାରା ଅନେକ ପ୍ରକାର ରୋଗ ଠାରୁ ମଧ୍ୟ ଆରାମ ମିଳିଥାଏ l ଯାହାକି ମଣିଷକୁ ବିଭନ୍ନ ରୋଗରୁ ଆରାମ ଦେଇଥାଏ l

ଆସନ୍ତୁ ଛୋଟ ପିଲାଙ୍କୁ ଆଲିଙ୍ଗନ କରିବାର ଅଦ୍ଭୁତ ସ୍ୱାସ୍ଥ୍ୟଗତ ଲାଭ ବିଷୟରେ –
– ସୁସ୍ଥ ହାର୍ଟ ପାଇଁ ଜରୁରୀ ଆଲିଙ୍ଗନ –
ଛୋଟ ପିଲାଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଶରୀରରେ ଅକ୍ସୀଟୋସିନ ସ୍ତର ବୃଦ୍ଧି ହୋଇଥାଏ l  ଯାହାଦ୍ୱାରା ମନ ଶାନ୍ତ ରହିଥାଏ ଓ ହାର୍ଟ ସମ୍ବନ୍ଧୀୟ ରୋଗ ଠାରୁ ଦୁରେଇ ହୋଇ ରହିପାରିବା l ଆଲିଙ୍ଗନ ଦ୍ୱାରା ପିଲା ମଧ୍ୟ ସୁରକ୍ଷିତ ଲାଭ କରନ୍ତି ଓ ସୁସ୍ଥ ରହି ଥାଆନ୍ତି l

– ଛୋଟ ପିଲାଙ୍କ ସେଲ୍ଫ କନ୍ଫିଡେନ୍ସ ସ୍ତର ବୃଦ୍ଧି ହୁଏ –
ଯଦି ପିତାମାତା ନିଜ ସନ୍ତାନକୁ ନିୟମିତ ଆଲିଙ୍ଗନ କରି ଥାଆନ୍ତି ତେବେ ତେବେ ତାଙ୍କ ପିଲାର ସେଲ୍ଫ କନ୍ଫିଡେନ୍ସ ସ୍ତର ବୃଦ୍ଧି ହୋଇଥାଏ l  ପିଲାର ମନରୁ ଅସ୍ଥିରତା ଦୂର ହୋଇଥାଏ l  ପିଲାଟି ମନରେ ନିଜର ପରିବାର ପ୍ରତି ସମ୍ମାନ ଓ ଆଦର ବୃଦ୍ଧି ପାଇଥାଏ l

– ପିତାମାତା ଙ୍କ ସହିତ ନିଜ ସନ୍ତାନ ର ସମ୍ପର୍କ ମଜବୁତ ହୋଇଥାଏ –
ଯେତେବେଳେ ଆମେ କାହାକୁ ଆଲିଙ୍ଗନ କରିଥାଉ ଆମ ଭିତରେ ହାପି ହର୍ମୋନ ରିଲିଜ ହୋଇଥାଏ l  ଏହି ହାପି ହର୍ମୋନ ମନକୁ ସୁସ୍ଥ ରଖିଥାଏ ଓ ଆମକୁ ରିଲାକ୍ସ କରିଥାଏ l  ଏହାଛଡା ପିତାମାତା ଙ୍କ ସହିତ ଶିଶୁଟି ର ସମ୍ପର୍କ ଖୁବ ନିବିଡ଼ ହୋଇଥାଏ l

– ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଲାଭ ଦାୟକ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଆଲିଙ୍ଗନ କରିବା କେବଳ ଫିଜିକାଲ ସ୍ଟ୍ରେନ୍ଥ ପାଇଁ ଠିକ ତାହା ନୁହେଁ, ଏହା ମେଣ୍ଟାଲ ହେଲ୍ଥ ପାଇଁ ମଧ୍ୟ ଖୁବ ଜରୁରୀ ଅଟେ l  ଆଲିଙ୍ଗନ ଗୋଟିଏ ଇମ୍ୟୁନିଟି ବୁଷ୍ଟର ଭଳି କାର୍ଯ୍ୟ କରିଥାଏ l  ତେଣୁ ଯେବେବି ଆପଣ ଆଲିଙ୍ଗନ କରିବାର ସୁଯୋଗ ଞ୍ଜ ସନ୍ତାନକୁ ପାଉଛନ୍ତି କଦାପି ତାକୁ ହାତଛଡା କରନ୍ତୁ ନାହିଁ l

Leave A Reply