ଜାନୁଆରୀ ୧ ତାରିଖ ଶାମ୍ବ ଦଶମୀ ରେ ଘଟୁଛି ବିଶେଷ ଦୁର୍ଲଭ ଯୋଗ : ଘରକୁ ଆଣନ୍ତୁ ଏହି ୫ଟି ଚମତ୍କାର ବାସ୍ତୁ ଜିନିଷ, ସୁଖମୟ ହେବ ଦାମ୍ପତ୍ୟ ଜୀବନ
ଆମେ ସମସ୍ତେ ବର୍ତମାନ ଇଂରାଜୀ ନୂତନ ବର୍ଷ ୨୦୨୩ କୁ ସ୍ୱାଗତ କରିବାକୁ ଯାଉଛୁ l ଏହି ନୂଆବର୍ଷ ସମସ୍ତଙ୍କ ପାଇଁ ନେଇ ଆସିବ ଅନେକ ଅନେକ ଶୁଭ ସମୟ, ତଥାପି ଏହି ସମୟରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛିଟା ନୀତି ନିୟମ ମାନିବା ଦ୍ୱାରା ବର୍ଷସାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଘର ସୁଖ ସମୃଦ୍ଧି ରେ ଭରି ଉଠିବ l ଶାସ୍ତ୍ରବିତ ମାନଙ୍କ ମତରେ କିଛିଟା ଶୁଭ ଜିନିଷ ଘରକୁ ଆଣିବା ଦ୍ୱାରା ମାତା ଲକ୍ଷ୍ମୀ ବର୍ଷସାରା ଘର ପରିବାର ଉପରେ କୃପା ଦୃଷ୍ଟି ବରସାଇବେ l କିନ୍ତୁ ଏହିସବୁ ଶୁଭ ଜିନିଷ ଯଦି ଆମେ ଦଶମୀ ଶୁକ୍ଳପକ୍ଷରେ ଘରକୁ ଆଣିବା ଜୀବନ ସୁଖମୟ ହୋଇ ଉଠିବ l ଆସନ୍ତା ୨୦୨୩ ଜାନୁଆରୀ ୧ ତାରିଖ ଦଶମୀ ଶୁକ୍ଲପକ୍ଷ ମଧ୍ୟ ପଡୁଛି l ଏହିଦିନ ଶାମ୍ବ ଦଶମୀ ହୋଇ ଥିବାରୁ ଅନେକ ମହତ୍ୱ ରହିଛି l
ଚଳିତ ବର୍ଷ ଜାନୁଆରୀ ୧ତାରିଖ ଘଟୁଛି ବିଶେଷ ଯୋଗ, ପୁଷ ମାସ ରବିବାର ସହିତ ଶାମ୍ବ ଦଶମୀ ଅଟେ l ତେଣୁ ଏହିଦିନ ସୂର୍ଯ୍ୟ ପୂଜନ ସହିତ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ମିଳିତ ଭାବରେ ପୂଜାର୍ଚନା କରାଗଲେ ଜୀବନ ରେ ଅନେକ ବାଧାବିଘ୍ନ ଦୂର ହେବ l
– ସ୍ଫଟିକ ମାଳା :
ସ୍ଫଟିକ ମାଳା ଶୁକ୍ର ଙ୍କ ସହିତ ସାମଞ୍ଜସ୍ୟ ରଖିଥାଏ ଓ ବୈଭବ ର ପ୍ରତୀକ ଅଟେ l ଯଦି ଆପଣ ଏହିଦିନ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ ସ୍ଫଟିକ ମାଳା ରେ କରିବେ ତେବେ ସମୃଦ୍ଧିର ଆଗମନ ଆପଣଙ୍କ ଘରକୁ ହେବ l ସ୍ଫଟିକ ମାଳା ଧାରଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତ ହୋଇଥାଏ l କିନ୍ତୁ ଏହାକୁ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ପରେ ଧାରଣ କରିବା ଜରୁରୀ l ଏହାକୁ ଧାରଣ କରି ଆମିଷ ଭୋଜନ ନିଷେଧ, ନିଶା ସେବନ ନିଷେଧ, ଅନୈତିକ କାର୍ଯ୍ୟ ନିଷେଧ ଅଟେ l
– ଶ୍ରୀହରି ବିଷ୍ଣୁ :
ମା ଲକ୍ଷ୍ମୀଙ୍କ କୃପା ବିନା ଶ୍ରୀହରି ମିଳିବେ ନାହିଁ l ନିଜର ଘରର ପୂଜା ସ୍ଥାନରେ ଯଦି ଲକ୍ଷ୍ମୀ ବିଷ୍ଣୁ ଅଛନ୍ତି ତେବେ ଖୁବ ଶୁଭ, କିନ୍ତୁ ଯଦି ନାହାନ୍ତି ଏହିଦିନ ଟି ସ୍ଥାପନା କରିବା ପାଇଁ ଶୁଭ ଅଟେ l ଶ୍ରୀହରି ଙ୍କ ସହିତ ଲକ୍ଷ୍ମୀଙ୍କୁ ସ୍ଥାପନା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l ପ୍ରତିଦିନ ନିୟମ ରେ ଶ୍ରୀହରି ଙ୍କୁ ପୂଜା କରିବା ଦ୍ୱାରା ସହଜ ରେ ଘରକୁ ସୁଖସମୃଦ୍ଧି ଆଗମନ ହୋଇଥାଏ l
– ଗୋଲାପ ସୁଗନ୍ଧ :
ଗୋଲାପ ସୁଗନ୍ଧ ମାତା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ l ନିୟମିତ ଭାବରେ ମାତା ଲକ୍ଷ୍ମୀ ଙ୍କୁ ଜଳାଭିଷେକ ଗୋଲାପ ସୁଗନ୍ଧରେ କରିବା ଦ୍ୱାରା ଜୀବନ ରେ ସମସ୍ତ ସୁଖସମୃଦ୍ଧି ଆପଣଙ୍କ ନିକଟକୁ ଆସିଥାଏ l ଋଣଭାର ରୁ ମୁକ୍ତି ମିଳିଥାଏ ଓ ଦରିଦ୍ରତା ହ୍ରାସ ହୋଇଥାଏ l
– ଶଙ୍ଖ :
ପୌରାଣିକ ଭାବରେ ଶଙ୍ଖର ଉତ୍ପତି ସମୁଦ୍ରରୁ ହୋଇଛି ବୋଲି ସମସ୍ତେ ଜାଣିଛନ୍ତି l ଅନେକ ସ୍ଥାନରେ ଏହାକୁ ମା ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଛି l କୁହାଯାଏ ଯେ ଯେଉଁଠି ଶଙ୍ଖ ରହିଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି l ଶଙ୍ଖ ଅନେକ ପ୍ରକାରର ରହିଥାଏ, କିନ୍ତୁ ବେମାବର୍ତୀ ଶଙ୍ଖ ପ୍ରାୟ ସମସ୍ତ ଘରେ ଉପଲବ୍ଧ ଅଟେ l ମଧ୍ୟମାବର୍ତୀ ଶଙ୍ଖ ଓ ଦକ୍ଷିଣାବର୍ତି ଶଙ୍ଖ ଦୁର୍ଲଭ ଅଟେ l ଯେଉଁ ପୂଜା ସ୍ଥାନରେ ଧଳା ରଙ୍ଗର ଶଙ୍ଖ ରହିଥାଏ ସେଠାରେ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ l
– ଚତୁର୍ମୁଖୀ ଦୀପ :
ଲକ୍ଷ୍ମୀଙ୍କ ପୂଜା ସ୍ଥାନରେ ଦୀପ ଜାଳିବା ଶୁଭ ଅଟେ l ଯଦି ଏହି ଦୀପ ଚାରି ମୁଖି ହୋଇଥାଏ ତେବେ ଖୁବ ଶୁଭ ଅଟେ l ଏହାକୁ ଧଳା ଧାତୁ କିମ୍ବା ମାଟିର ଦୀପ ରେ ପ୍ରଜ୍ବଳନ କରିବା ଆବଶ୍ୟକ l ନିୟମିତ ଚାରି ମୁଖି ଦୀପ ଜଳାଇଲେ ଧନ ପ୍ରାପ୍ତିର ରାସ୍ତା ଖୋଲି ଯାଇଥାଏ l