ବୁଗୁଡ଼ା : ତା ୨୮/୧୨/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମସ୍ଥ ଏକ ରାଇସ୍ ମିଲର ପଛପଟ ଆମ୍ବତୋଟାରେ ଚାଲିଥିବା ଜୁଆଖେଳ ଉପରେ ପୋଲିସ ଚଢାଉ କରି ୧୦ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେଠାରୁ ୨୨,୨୨୦ ଟଙ୍କା ସହିତ ୬ଟି ବାଇକ୍ ଓ ୨ଟି ସାଇକେଲ ଜବତ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ରାତିରେ ବିରଞ୍ଚିପୁର ଗାଁର ସେହି ଆମ୍ବ ତୋଟାରେ ମୋବାଇଲ ଲାଇଟ୍ ଲଗାଇ ବଡ ଧରଣର ଜୁଆଖେଳ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ବୁଗୁଡ଼ା ଥାନା ଏସ୍ଆଇ ସମୀର କୁମାର ସେଠୀ ଓ ବାଲିପଦର ଫାଣ୍ଡି ଅଧିକାରୀ ସମୀର ରଞ୍ଜନ ବେହେରାଙ୍କ ମିଳିତ ନେତୃତ୍ତ୍ଵରେ ପୋଲିସ ଦଳ ଚଢ଼ାଉ କରି ଜୁଆଡ଼ିଙ୍କୁ ଗିରଫ କରିବା ସହ ସେଠାରୁ ଟଙ୍କା, ବାଇକ୍ ଓ ସାଇକେଲ ଜବତ କରିଥିଲା । ଏନେଇ ବୁଗୁଡା ଥାନାରେ କେସ୍ ନଂ ୭୮୬/୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।