ନିରାକାରପୁର,୨୮/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଧ୍ୟାନ ପଡିଆ ଠାରେ ଟାଙ୍ଗୀ ପ୍ରାଣୀଧନ ବିଭାଗ,ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଟାଙ୍ଗୀ ଓ ସରପଞ୍ଚ,,ଭୂଷଣ୍ଡପୁର ପୁର ଙ୍କ ମିଳିତ ସହଯୋଗରେ ସମସ୍ତ ଗାଈଗୋରୁ ଙ୍କର ମାଗଣାରେ ଟୀକାକାରଣ,ଚିକତ୍ସା କରାଯିବା ସହିତ, ଔଷଧ ବଣ୍ଟନ କରାଗଲା l ଏଥିରେ ଭୂଷଣ୍ଡପୁର ପଂଚାୟତ ଅଂଚଳ ର ଶତାଧିକ ଗାଈଗୋରୁ ଚିକିତ୍ସା ରେ ସାମିଲ ହୋଇଥିଲେ l ଏଥିରେ ବିଭିଓ ତପନ କୁମାର ମିଶ୍ର, ଏମଭିଓ ଦିପ୍ତିମୟୀ ପଟନାୟକ, ଭୂଷଣ୍ଡପୁର ଫରେଷ୍ଟର ଜିତେନ୍ଦ୍ରିୟ ଜେନା ଓ ଭୂଷଣ୍ଡପୁର ସରପଞ୍ଚ ସୌରଭ କୁମାର ଦାଶମହାପାତ୍ର ଏବଂ ଅନେକ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ l