ପାଣି ପିଇବା ଶରୀର ପାଇଁ ଖୁବ ହିତକର , ତାହା ଉଷୁମ କିମ୍ବା ଥଣ୍ଡା ପାଣି ଯାହାବି ହୋଇଥାଉ l କିନ୍ତୁ ଶୀତଋତୁ ରେ ବିଶେଷ ଭାବରେ ଉଷୁମ ପାଣି ପୀଇବା ପାଇଁ ଗୁରୁତ୍ୱ ଦିଆଯାଇ ଥାଏ l କିଛି ରିପୋର୍ଟ ରେ କୁହାଯାଇଛି ଯେ ଉଷୁମପାଣି ସେବନ କରିବା ଦ୍ୱାରା ଡାଇଜେସନ ଠିକ ରହିଥାଏ l କିନ୍ତୁ ଅନ୍ୟ ଋତୁ ଅପେକ୍ଷା ଶୀତଋତୁ ରେ ଅଧିକ ଉଷୁମ ପାଣି ସେବନ ପାଇଁ ଗୁରୁତ୍ୱ ଦିଆଯାଇ ଥାଏ l ଉଷୁମପାଣି ସେବନ ଷ୍ଟ୍ରେସ ଦୂର କରିଥାଏ ଓ ଅନେକ ହେଲ୍ଥ ବେନିଫିଟସ ମିଳିଥାଏ l
ଶୀତଋତୁରେ ସାଇନସ ରୁ ମିଳିଥାଏ ଆରାମ –
ଯେତେବେଳେ ଆପଣ ଉଷୁମପାଣି ସେବନ କରନ୍ତି ଏହାର ବାମ୍ଫ ନାକ ଓ ମୁହଁକୁ ଯାଇଥାଏ l ଏହି ବାସ୍ପ ମୁଣ୍ଡବିନ୍ଧା ସହିତ ସାଇନସ ସମସ୍ୟା ଠିକ କରିଥାଏ l ହେଲ୍ଥ ଲାଇନ ର ସୂଚନା ଅନୁସାରେ ୨୦୦୮ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଚା ଭଳି ଗରମ ପାନୀୟ ସର୍ଦି, କାଶ, ଥଣ୍ଡା, କଫ ପ୍ରଭୃତି ରୁ ତୁରନ୍ତ ଆରାମ ଦେଇଥାଏ l
ଡାଇଜେସନ ପାଇଁ ହିତକର –
ଯଦି ଆପଣ ଡାଇଜେସନ ସମସ୍ୟା ସହିତ ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ଆପଣ ନିୟମିତ ଉଷୁମ ପାଣି ସେବନ କରନ୍ତୁ l କୁଳର ଯଦି ଆପଣଙ୍କ ଶରୀର କୌଣସି ଜିନିଷକୁ ହଜମ କରିପାରୁ ନାହିଁ ତେବେ ଏହାକୁ ଉଷୁମପାଣି ବାହାର କରିଦେଇ ଥାଏ l ଏହା ଶରୀର ରୁ ଟକ୍ସିନ ବାହାର କରିବାରେ ସାହାଯ୍ୟ କରିଥାଏ l
ଥଣ୍ଡା ରୁ ଆରାମ ମିଳିଥାଏ –
ଯେତେବେଳେ ଶୀତ ଲାଗିଥାଏ ଶରୀରରେ ଗୋଟିଏ କମ୍ପନ ସୃଷ୍ଟି ହୋଇଥାଏ l ଯାହା କି ଆମର ଶରୀରର ତାପମାତ୍ରା କୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ l ୨୦୧୭ ରେ ଗୋଟିଏ ଗବେଷଣା ଅନୁସାରେ ଏହା ଶରୀରକୁ ଥଣ୍ଡା ଦିନରେ ଉର୍ଜା ପ୍ରଦାନ କରିଥାଏ l
ସ୍କିନ , ହାର୍ଟ ପାଇଁ ହିତକର – ଯଦି ଆପଣଙ୍କ ବ୍ଲଡ଼ ସାର୍ଙ୍କୁଲେସନ ଠିକ ଭାବରେ ହେଉଛି ତେବେ ଆପଣଙ୍କ ତ୍ୱଚା ଓ ହାର୍ଟ ସବୁକିଛି ଠିକ ରହିଥାଏ l ଏହାମଧ୍ୟ ଗବେଷକ କହିଛନ୍ତି ଯେ ଉଷୁମପାଣି ଦ୍ୱାରା ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଠିକ ରହିଥାଏ l ଏହାଦ୍ୱାରା ଆପଣ ଏଙ୍ଗଯାଇଟି ର ଶିକାର ହୁଅନ୍ତି ନାହିଁ l