ଆଜିର ସବୁଠୁ ବଡ଼ ରୋଗ ଭାବରେ ଦେଖା ଦେଉଛି ଷ୍ଟ୍ରେସ୍ । ଯାହାକି ଅନେକ ପ୍ରକାରର ନୂଆ ରୋଗ କୁ ଜନ୍ମ ଦେଉଛି । ତେଣୁ ପ୍ରାୟ ସମସ୍ତେ ଷ୍ଟ୍ରେସ୍ ନାମକ ରୋଗ କୁ ଦୁର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କୁ ଆପଣାଇ ଥିବାର ଦେଖିବାକୁ ମିଳିଥାଏ । ଯେପରିକି ଅତ୍ୟଧିକ ଡାର୍କ ଚକୋଲେଟ୍ ଖାଇବା , କଫି ସେବନ ଇତ୍ୟାଦି ଆପଣାଇ ଥାଉ । କିନ୍ତୁ ଗବେଷକ ଙ୍କ ମତରେ ଏହା ସବୁ ଶରୀର ପାଇଁ ଠିକ୍ ନୁହେଁ ।
* ଆମ ଦୀନଚର୍ଯ୍ୟା ରେ ସକାଳ ସମୟରେ ସର୍ବ ପ୍ରଥମେ ଚା କିମ୍ବା କଫି ରୁ ଆରମ୍ଭ ହୋଇଥାଏ । ଏହାଛଡା ଆମେ ମଧ୍ୟ ମାନସିକ ଚାପ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ସମୟରେ କଫି ସେବନ କରିଥାଉ । ଆମେ ଭବିଥାଉ ଯେ ଏହା ଆମକୁ ମାନସିକ ଭାବରେ ଫ୍ରେସ୍ ରଖିଥାଏ । କିନ୍ତୁ ଏହା ଭୁଲ୍ ଧାରଣା, ଏହା ଆମକୁ ଶାରିରୀକ ଭାବରେ କ୍ଷତି ଘଟାଇ ଥାଏ । ଏହା ଆମକୁ କ୍ଷଣିକ ଷ୍ଟ୍ରେସ୍ ଠାରୁ ଦୂରେଇ ରଖିଥାଏ ।
* ଗବେଷଣା କହୁଛି ଯେ ସକାଳୁ ଖାଲି ପେଟରେ କଫି କିମ୍ବା ଚା ସେବନ ଦିନ ସାରା ଆମର ମାନସିକ ଚାପ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ କଫି ସେବନ ଦ୍ଵାରା ଷ୍ଟ୍ରେସ୍ ହର୍ମୋନ ବୃଦ୍ଧି କରିଥାଏ । ତେଣୁ ସକାଳୁ ଖାଲି ପେଟରେ କଫି ସେବନ କ୍ଷତି କାରକ ।
* ଗବେଷଣା କହୁଛି ଯେ ମନର ଅବସାଦ ଦୂର କରିବା ପାଇଁ ଅନେକ ଲୋକ ଥାଆନ୍ତି ଯେଉଁମାନେ ଅଧିକ ଶାରିରୀକ ପରିଶ୍ରମ କରି ଥାଆନ୍ତି, ଯେପରିକି ଯିମ୍ ରେ ଅଧିକ ସମୟ ଅତିବାହିତ କରିବା, ଆବଶ୍ୟକତା ଠାରୁ ଅଧିକ ଦୌଡିବା, କୌଣସି କାର୍ଯ୍ୟ କୁ ବାରମ୍ବାର କରିବା । ଯେଉଁ ବ୍ୟକ୍ତି ମାନେ ଏଭଳି କାର୍ଯ୍ୟ କରନ୍ତି ସେମାନଙ୍କ ର ଧାରଣା ରହିଥାଏ ଯେ ଅଧିକ ଶାରିରୀକ ପରିଶ୍ରମ କରିବା ଦ୍ୱାରା ଥକା ଲାଗିଥାଏ ଓ ଭଲ ନିଦ ହୋଇଥାଏ । କିନ୍ତୁ ଏହା ଭୁଲ୍ ଧାରଣା ଗବେଷଣା କହୁଛି ଯେ ଏପରି କରିବା ଦ୍ବାରା ମଣିଷ ଅନେକ ସମୟରେ ହୃଦ୍ ଘାତ ର ସମ୍ମୁଖୀନ ମଧ୍ୟ ହୋଇଥାଏ । ସର୍ବଦା ଯୋଗାସନ ପ୍ରାଣାୟମ ଆମ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।
* ଡାର୍କ୍ ଚକୋଲେଟ୍ କୁ ଅନେକ ଲୋକ ଅବସାଦ ଦୁର କରିବାର ଗୋଟିଏ ମାଧ୍ୟମ ଭାବରେ ଗ୍ରହଣ କରନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଡାର୍କ୍ ଚକୋଲେଟ୍ ମନର ଅବସାଦ ତ ଦୁର କରେନାହିଁ ଏହା ମାତ୍ର କ୍ଷଣିକ ସୁଖ ଦେଇଥାଏ କିନ୍ତୁ ମେଦ ବହୁଳ ତା ର ଗୋଟିଏ ବଡ କାରଣ ଅଟେ । ତେଣୁ ଅବସାଦ ସମୟରେ ଏହାକୁ ଅଧିକ ସେବନ ଉଚିତ୍ ନୁହେଁ ।
* କିଛି ଲୋକ ଏଭଳି ମଧ୍ୟ ରହି ଥାଆନ୍ତି ଷ୍ଟ୍ରେସ୍ ଦୂର କରିବା ପାଇଁ ମାଦକ ଦ୍ରବ୍ୟ ଯେପରିକି ମଦ ଓ ସିଗାରେଟ୍ ର ସାହାଯ୍ୟ ନେଇ ଥାଆନ୍ତି । ଯାହାକି ଶରୀର ପାଇଁ ଗୋଟିଏ ବଡ ବିପଦ ର କାରଣ ଅଟେ । ତେଣୁ ନିଶା ସେବନ ଠାରୁ ଦୂରେଇ ରହିବା ନିହାତି ଜରୁରୀ । ଷ୍ଟ୍ରେସ୍ ସମୟରେ ଅଧିକ ନିଶା ସେବନ ମୃତ୍ୟୁ ମୁଖକୁ ଟାଣି ନେଇଥାଏ ।