Odisha news

ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ର ମୃତ

0
ଜମନକିରା,୨୭/୧୨: ଜମନକିରା ଥାନା ଆମ୍ବଲାଙ୍ଗ ନିକଟସ୍ଥ ରାଜରାସ୍ତା ୫୩ ରେ ଆଜି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ ଯେ, ଆଜି ସମ୍ବଲପୁର ପୁଟିବନ୍ଧ ପଡ଼ାର ତୁଷାର ବେହେରା (୨୦) ଏବଂ ସିନ୍ଦୁରପଙ୍କ ଗାଁର ସନ୍ତୋଷ ବରାଳ( ୨୦) ଏକ ବାଇକ ଯୋଗେ ଜମନକିରା ଯୁକ୍ତ ୩ କଲେଜ କୁ ଦ୍ଵିତୀୟ ବାର୍ଷିକୀ ପରୀକ୍ଷା ଦେଇ ଅପରାହ୍ନ ସାଢ଼େ ୪ଟା ସମୟରେ ଫେରିବା ବେଳେ ଆମ୍ବଳାଙ୍ଗ ରାଜରାସ୍ତା ୫୩ ବୁଲଣିରେ ଭାରସାମ୍ୟ ହରାଇ ଏକ ଅଜଣା ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣସ୍ଥଳରେ ତୁଷାର ର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ବସିଥିବା ସନ୍ତୋଷ ଗୁରୁତର ଆହତ ହୋଇଥିଲେ। ଟ୍ରକ ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପ୍ରଥମେ ଏଖବର ପାଈ ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚି ସନ୍ତୋଷ କୁ ବୁର୍ଲା ଡ଼ାକ୍ତରଖାନା କୁ ନେଇ ଭର୍ତି କରିଛନ୍ତି।
ପରେ ପୋଲିସ ପହଞ୍ଚି ଶବ ଓ ବାଇକ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡ଼ାକ୍ତରଖାନାକୁ ପଠେଇ ଦେଇଛି। ତେବେ ରାତି ହୋଇଯାଇଥିବା ଯୋଗୁଁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। କଲେଜରେ ଏଖବର୍ ପ୍ରସାରିତ ହେବା ପରେ ଛାତ୍ରୀ ଛାତ୍ର ତଥା କର୍ତ୍ତୃପକ୍ଷ ମଧ୍ୟରେ ଶୋକାର ଛାୟା ଖେଳିଯାଇଛି। କଲେଜ ଅଧ୍ୟକ୍ଷଙ୍କ ସହ ଅନ୍ୟ ଅଧିକାରୀମାନେ କୁଚିଣ୍ଡା ରେ ପରିବାର ଲୋକଙ୍କ ସହ ରହି ସମବେଦନା ଜ୍ଞାପନ କରିଛନ୍ତି। ପୋଲିସ ଅଜଣା ଟ୍ରକ କୁ ଖୋଜାଖୋଜି କରୁଛି।
Leave A Reply