Odisha news

ଭୁଲ୍ ରେ ସୁଦ୍ଧା କିନ୍ନର ମାନଙ୍କୁ ଏହିସବୁ ଜିନିଷ ଦିଅନ୍ତୁ ନାହିଁ, ମା ଲକ୍ଷ୍ମୀ ହୋଇ ଥାଆନ୍ତି ଅସନ୍ତୁଷ୍ଟ

0
ଆମ ହିନ୍ଦୁ ଧର୍ମରେ ଦାନ ର ଖୁବ୍ ମହତ୍ତ୍ଵ ରହିଛି । ସେହିଭଳି ଆମେ ଜାଣିଛୁ ଯେ କିନ୍ନର ଙ୍କୁ ଦାନ ଦେବା ପୁଣ୍ୟର କାର୍ଯ୍ୟ ଅଟେ । ତେଣୁ ଆମ ହିନ୍ଦୁ ଧର୍ମ ରେ ଆମେ କିନ୍ନର ଙ୍କୁ ଯେ କୌଣସି ଶୁଭ କାର୍ଯ୍ୟରେ ଘରକୁ ଡକା ଯାଇ ଅତିଥି ସତ୍କାର କରି କିଛି ନା କିଛି ଉପହାର ଭାବରେ ଦେବାକୁ ପସନ୍ଦ କରିଥାଉ ଯାହାକି ଆମର ରିଷ୍ଟ ଖଣ୍ଡନ କରିବାରେ ସାହାଯ୍ୟ କରିଥାଏ ।
ଏହାଛଡା କିନ୍ନର ଙ୍କ ଆଶୀର୍ବାଦ ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ତେଣୁ ହିନ୍ଦୁ ଧର୍ମରେ କିନ୍ନର ଙ୍କୁ ଦାନ ଦେବାର ପ୍ରଚଳନ ଖୁବ୍ ପୁରୁଣା ଅଟେ ।
କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହା କଦାପି କିନ୍ନର ଙ୍କୁ ଦାନ କରିବା ଉଚିତ୍ ନୁହେଁ, ଯାହାଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
– ମା ଲକ୍ଷ୍ମୀଙ୍କ ସମ୍ବନ୍ଧିତ କଦାପି କୌଣସି ଜିନିଷ କିନ୍ନର ଙ୍କୁ ଦାନ କରିବା ଉଚିତ୍ ନୁହେଁ । ଏହାଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
– କିନ୍ନର ଙ୍କୁ କଦାପି ନିଜର ପିନ୍ଧା ବସ୍ତ୍ର ଦାନ ଭାବରେ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଲକ୍ଷ୍ମୀଙ୍କ କୃପା ଠାରୁ ଆପଣ ଦୂରେଇ ରହିବେ । ତେଣୁ କିନ୍ନର ଙ୍କୁ ସର୍ବଦା ନୂଆ ବସ୍ତ୍ର ଦେବା ଆବଶ୍ୟକ। ଏହାଦ୍ବାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
– ଝାଡୁ କୁ ମା ଲକ୍ଷ୍ମୀ ଙ୍କ କୃପା ସହିତ ତୁଳନା କରାଯାଏ । ତେଣୁ କଦାପି କାହାକୁ ଝାଡୁ ଦାନ ଭାବରେ ଦେବା ଉଚିତ୍ ନୁହେଁ । ତେଣୁ କିନ୍ନର ଆପଣଙ୍କୁ ଯଦି ଝାଡୁ ଉପହାର ଭାବରେ ଦେବେ ତେବେ ଶୁଭ ଅଟେ । ଏହାଦ୍ବାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଆପଣ ମଧ୍ୟ କିନ୍ନର ଙ୍କୁ ଝାଡୁ ଦାନ କରିବେ ନାହିଁ ।
– ମାନ୍ୟତା ଅନୁସାରେ କଦାପି କାହାକୁ ତେଲ ଦାନ ଭାବରେ ଦେବା ଉଚିତ୍ ନୁହେଁ । ତେଣୁ ବିଶେଷ ଭାବରେ ରୋଷେଇ ଘର ର ତେଲ କଦାପି କିନ୍ନର ଙ୍କୁ ଦାନ କରିବା ଉଚିତ୍ ନୁହେଁ । ଏହା ଦ୍ଵାରା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି ।
– କିନ୍ନର ଙ୍କୁ କଦାପି ଷ୍ଟିଲ ବାସନ ଦାନ ସ୍ୱରୂପ ଦେବା ଉଚିତ୍ ନୁହେଁ । ଏପରି କରିବା ଅଶୁଭ ଅଟେ । ଏପରି କଲେ ଘରକୁ ରୋଗ , ଦୁଃଖ ର ଆଗମନ ହୋଇଥାଏ ।
– କିନ୍ନର ଙ୍କୁ କଦାପି ପ୍ଲାଷ୍ଟିକ ବାସନ ପ୍ଲାଷ୍ଟିକ ଚୁଡ଼ି ଇତ୍ୟାଦି ଦେବେ ନାହିଁ , ଏହାଦ୍ବାରା ଆପଣଙ୍କ ଐଶ୍ୱର୍ଯ୍ୟ ରେ ବାଧା ପ୍ରାପ୍ତ ହେବ । ଯାହାଦ୍ଵାରା ଆପଣ ଅନେକ ଅସୁବିଧା ର ସମ୍ମୁଖୀନ ହେବେ ଏବଂ ଜୀବନ ସୁଖମୟ ହେବ ।
Leave A Reply