Odisha news

ଗ୍ରାମାଞ୍ଚଳ କ୍ଲଷ୍ଟର ସ୍ତରୀୟ କ୍ରୀଡା ମହୋତ୍ସବ

0
ଗଞ୍ଜାମ :26,12 : ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଳାୟ ନେହେରୁ ଯୁବକେନ୍ଦ୍ର ବ୍ରହ୍ମପୁର ଏବଂ ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ତତ୍ୱାବଧାନରେ ହୋଇଥିଲା l ଗଞ୍ଜାମ ପ୍ରେସ କ୍ଳବ ଓ ଗଞ୍ଜାମ ସାସ୍କୃତିକ ମଞ୍ଚ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ନିର୍ଦ୍ଧେଶକ ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ମହୋତ୍ସବର ଶୁଭ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ସମ୍ମାନିତ ଅତିଥିଭାବେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ ମହାରଣା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ତମ କ୍ରୀଡା ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ l ଗଞ୍ଜାମ ବ୍ଲକ ର ଆନ୍ତର୍ଯ୍ୟାତିୟ ଖେଳାଳୀ ମନସ୍ବିନୀ ମହାରଣା ଓ ଛତ୍ରପୁର ର ଭି. ରମେଶ ରାଓ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସେହିପରି ବେଳାଭୂମି ପ୍ଳାଷ୍ଟିକ ମୁକ୍ତ ଓ ସ୍ଵଛତା ନେଇ ମହାରାଷ୍ଟ୍ରରୁ ଭାରତ ଭ୍ରମଣରେ ସାଇକେଲ ଯାତ୍ରାରେ ବାହାରିଥିବା
ଏକନାଥ ଙ୍କୁ ସମ୍ମାନିତ କରାଯାଇଥିଲା l
କ୍ରିକେଟ, ଖୋ ଖୋ, କବାଡି ଦଳଗତ  କ୍ରୀଡା ଓ ଦୌଡ଼, ଲମ୍ବ ଡିଆଁ, ଦୌଡ଼ି ଡିଆଁ,ଉଚ୍ଚ ଡିଆଁ, ଡିସ୍କସ, ସଟଫୁଟ, ମି୍ୟୁଜିକ ଚେୟାର ଖେଳ ଆୟୋଜିତ କରାଯାଇଥିଲା l ଏଥିରେ ଗଞ୍ଜାମ, ଛତ୍ରପୁର ଖଲ୍ଲିକୋଟ , ପୁରୁଷୋତ୍ତମପୁର, ବେଗୁନିଆ ପଡା ପ୍ରମୁଖ ବ୍ଲକ ର ଗ୍ରାମାଞ୍ଚଳ ର ଯୁବକ୍ରୀଡା ପ୍ରତିଯୋଗୀ ମାନେ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ l
ଉଦଯାପନି ଉତ୍ସବରେ ଅନୁଷ୍ଠାନ ର ନିର୍ଦ୍ଧେଶକ ଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ସନାତନ, ମୁଖ୍ୟବକ୍ତା ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ଗଞ୍ଜାମ ପ୍ରେସ କ୍ଳକ ସଭାପତି ଶବର କୁମାର ତରାଇ, ଯୁବ ବ୍ୟକ୍ତିତ୍ୱ ସୁଧିର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ l
ଦିଗଦର୍ଶନ ଅନୁଷ୍ଠାନ ରେ ଉପସଭାପତି ରାକେଶ କୁମାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା,କେ. ରାଜନୀକାନ୍ତ ରେଡି,ବିଦ୍ୟାଧର ସାହୁ,ବାନାମ୍ବର ମଲିକ, ଧ୍ରୁବ ଚରଣ ଘଡେଇ, ବିଷ୍ଣୁପ୍ରିୟା ନାୟକ, ଅରୁମା ରେଡି, ରାଜଲକ୍ଷ୍ମୀ ମହାଙ୍କୁଡ଼, ପପୁ ପଣ୍ଡା, ବିଭୁତି ପଲାଇ,ମନୋଜ ପ୍ରଧାନ, ମନରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଦାଶ, ହରିହର ବାରିକ, ୱାଇ ମନୋଜ ପ୍ରମୁଖ କ୍ରୀଡା ମହୋତ୍ସବ ର ସୁପରିଚାଳନା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଶେଷରେ ଆନନ୍ଦ ଉଲ୍ଲସରେ ଖେଳାଳୀ ମାନେ ନୃତ୍ୟ ପ୍ରଦର୍ଶନ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା l
Leave A Reply