Odisha news

ନିର୍ବାଚନ ତାରିଖ କୁ ତୁରନ୍ତ ବାତିଲ କରିବା ଓ ବାଦପଡ଼ିଥିବା ଶ୍ରମିକଙ୍କ ନାମ କୁ ଯୋଡିବା ଦାବିନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲେ ଆନ୍ଦୋଳନକାରୀ ମାନେ

0

ଛତ୍ରପୁର,26/12: ଛତ୍ରପୁର ଉପକଣ୍ଠ ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ଶ୍ରମିକ ସଂଗଠନ ନିର୍ବାଚନରେ ବ୍ୟାପକ ଅନିୟମିତତା ନେଇ ସୋମବାର ଛତ୍ରପୁର ସ୍ଥିତ ଶ୍ରମ ଅଧିକାରୀଙ୍କ ଅଫିସରେ ତାଲା ପକାଇଲା ସ୍ୱୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ   ତଥା ଜୟଶ୍ରୀ ଏମ୍ପ୍ଲଲୋୟଜ ୟୁନିୟନ ର ଶ୍ରମିକ ମାନେ । ସୂଚନା ଯୋଗ୍ୟ ଯେ,ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଶ୍ରମିକ ୟୁନିୟନ ନିର୍ବାଚନରେ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନକୁ ଅନୁକମ୍ପା ଦେଖାଇ ଅନ୍ୟ ଏକ  ତଥା ସ୍ୱୀକୃତିପ୍ରାପ୍ତ   ୟୁନିୟନ   ଜୟଶ୍ରୀ ଏମ୍ପ୍ଲଲୋୟଜ ୟୁନିୟନ   ର ୧୫ଜଣ କର୍ମଚାରୀଙ୍କୁ    ଜାଣି ଶୁଣି ତରବରିଆ  ଭାବେ ଜିଲ୍ଲା ଶ୍ରମ ଅଧିକାରୀ  ନିର୍ବାଚନରୁ ବାଦ ଦେଇଥିବା ଅଭିଯୋଗ କରିଛନ୍ତି ୟୁନିୟନର ସଭାପତି ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ । ଯାହାକୁ ନେଇ ଆଜି ଏ ଆଇ ଟି ୟୁସି ନେତା ଏବଂ   ଶ୍ରମିକ ସଂଗଠନ ର କର୍ମକର୍ତ୍ତା  ଏବଂ ଶ୍ରମିକ ମାନେ ଏହାକୁ ବିରୋଧ କରିବା ସହ   ନିର୍ବାଚନ ତାରିଖ କୁ ତୁରନ୍ତ ବାତିଲ କରିବା ଏବଂ ବାଦ ପଡ଼ିଥିବା ଶ୍ରମିକ ଙ୍କ ନାମ ତୁରନ୍ତ ଯୋଡିବା ନିମନ୍ତେ ସେମାନେ ଦାବୀ କରିଛନ୍ତି l

ବଡ଼ ବଡ଼ିଆ ଙ୍କ ଚାପ ପଡି  ମନଇଚ୍ଛା କାହାକୁ ଅବଗତ ନ କରାଇ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେବା ସହ ଭୋଟର ତାଲିକା ପ୍ରକାଶ ନ କରି ଏକ ନିର୍ଦ୍ଦିଷ୍ଟ ୟୁନିୟନ କୁ ବିଜୟୀ କରିବା ନିମନ୍ତେ ଶ୍ରମ ଅଧିକାରୀ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ସେମାନେ କହିଥିଲେ । ଏଣୁ ଏହାକୁ ବିରୋଧ କରି ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଶ୍ରମ କାର୍ଯ୍ୟାଳୟ ରେ  ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ଆନ୍ଦୋଳନକାରୀମାନେ ଅଫିସର ଭିତରେ ତାଲା ପକାଇଦେଇଥିଲେ  । ଏହାସହିତ ଶ୍ରମ ଅଧିକାରୀ ଙ୍କ ଏକ ପାଖିଆ କାର୍ଯ୍ୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେମାନେ ଚରମବାଣୀ ଶୁଣାଇଛନ୍ତି l ନଚେତ ଆଗାମୀଦିନ ରେ ୟୁନିୟନର ଶ୍ରମିକ ମାନଙ୍କ ସ୍ୱାର୍ଥ ନିମନ୍ତେ ଏଆଇଟିୟୁସି ପକ୍ଷରୁ ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ l ଏହି ଆନ୍ଦୋଳନ ରେ  ଜୟଶ୍ରୀ ଏମ୍ପ୍ଲଲୋୟଜ ୟୁନିୟନ   ର ସଭାପତି ଏନ. ନାରାୟଣ ରେଡ୍ଡୀ, କାର୍ଯ୍ୟକାରୀ ସଭାପତି ପ୍ରବୀଣ ଦାଶ,ଉପସଭାପତି ପ୍ରତାପ ବିଶ୍ୱାଳ, ସମ୍ପାଦକ ସିମାଞ୍ଚଳ ପଳାଇ, ଏଆଇଟୁସି ନେତା ନୀଳକଣ୍ଠ ଦାଶ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି. ଆଦିନାରୟଣ ରେଡ୍ଡୀ, ଏସ ତ୍ରିନାଥ ରେଡ୍ଡୀ ଙ୍କ ସମେତ ୟୁନିୟନର ବହୁ ଶ୍ରମିକ ମାନେ ସାମିଲ ହୋଇଥିଲେ

Leave A Reply