ଭଞ୍ଜନଗର,୨୬/୧୨ : ପାରିବାରିକ କଳହରୁ ନିଜ ପତ୍ନୀ ଙ୍କୁ ଭୁଜାଲି ରେ ଭୁଷି ହତ୍ୟା କରିବା ଘଟଣାରେ ଜଣେ ପତ୍ନୀ ହନ୍ତା କୁ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୈ।ରା ଜଜ୍ ଦେବବ୍ରତ ପଟ୍ଟନାୟକ ସୋମବାର ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମର ଗନ୍ଧିଆ ନାୟକ ନାମକ ଜଣେ ଯୁବକ ସୋରଡା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ନିରଞ୍ଜନ ଵିଶୋୟୀ ଙ୍କ ଝିଅ ସୁନୀତା ନାୟକ ଙ୍କୁ କୂଳ ରୀତିନୀତି ଅନୁସାରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ୨ ବର୍ଷର ଶିଶୁ କନ୍ୟା ରହିଥିବା ବେଳେ ଗତ ୨୫/୦୮/୨୦୨୨ ଭୋର ୩ଟା ବେଳେ ପାରିବାରିକ କଳହ କୁ କେନ୍ଦ୍ର କରି ଗନ୍ଧିଆ ତାର ପତ୍ନୀ ସୁନୀତା କୁ ଏକ ଭୁଜାଲି ରେ ବେକ, ପେଟ, ଜଂଘ ଓ ଗୁପ୍ତାଙ୍ଗ କୁ ଭୁଷି ହତ୍ୟା କରିଥିଲା। ଏସଂପର୍କରେ ନିରଞ୍ଜନ ଵିଶୋୟୀ ଙ୍କ ଅଭିଯୋଗ କୁ ଭିତ୍ତି କରି ଭଞ୍ଜନଗର ପୁଲିସ ଅଭିଯୁକ୍ତ ଗନ୍ଧିଆ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ଏଡିଜେ ଙ୍କ କୋର୍ଟ କୁ ଆସିବା ପରେ ଏସଟି -୩୩/୧୫ ପ୍ରକାରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା। ମୋଟ ୧୮ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଏଡିଜେ ଦେବବ୍ରତ ପଟ୍ଟନାୟକ ଅଭିଯୁକ୍ତ ଗନ୍ଧିଆ ନାୟକ କୁ ଦୋଷୀ ସାବ୍ୟସ୍ତ କରି ଦଫା ୩୦୨ ପ୍ରକାରେ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏମ୍ ତାଜ୍ ଆଦେନୀ ମାମଲା ପରିଚାଳନା କରୁଥିଲେ।
