Odisha news

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ପରିଦର୍ଶନ

0

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି |

ନିରୀକ୍ଷଣ ସମୟରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ତଥା ମହତ୍ୱକୁ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁତ ଆବଶ୍ୟକ ପରିଷେବା ଯଥା ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର (ସର୍କୁଲାର କ୍ଷେତ୍ର), କନକୋର୍ସ, ପ୍ଲାଟଫର୍ମର ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦିକୁ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି | ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗ କ୍ଷେତ୍ରରେ ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିବାକୁ ମହାପ୍ରବନ୍ଧକ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି |

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି |

ପୂର୍ବତଟ ରେଳପଥର ପ୍ରମୁଖ ଇଞ୍ଜିନିୟର ଶ୍ରୀ ଏନ ଏସ୍ ଉଇକେ, ରେଳପଥ ନିର୍ମାଣ ବିଭାଗର ମୁଖ୍ୟ ଇଞ୍ଜିନିୟର ଶ୍ରୀ ଅକ୍ଷୟ ସକ୍ସେନାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକ ଶ୍ରୀ ସୁନକରଙ୍କ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ |

Leave A Reply