Odisha news

ଆୟୁର୍ବେଦ ଅନୁସାରେ ସନ୍ଧ୍ୟା ସମୟରେ ଚା ସେବନ କରିବା ଶରୀର ପକ୍ଷରେ କି ପ୍ରଭାବ ପକାଇ ଥାଏ

0
ଭାରତ ଗୋଟିଏ ଚା ପ୍ରିୟ ଦେଶ ଅଟେ । ପ୍ରାୟ ସମସ୍ତ ଘରେ ଚା ପ୍ରସ୍ତୁତ କରାଯାଇ ଥାଏ । ସକାଳୁ ଚା କପ୍ ଟି ମନ ଓ ମସ୍ତିଷ୍କ କୁ ସତେଜ କରିଥିବା ସମୟରେ ସନ୍ଧ୍ୟା ଚା ବନ୍ଧୁତ୍ୱ ବଢାଇ ଥାଏ । ତେଣୁ ସକାଳ ଓ ସନ୍ଧ୍ୟା ଚା ର ଛାପ ଭାରତୀୟ ସଭ୍ୟତା ରେ ଗୋଟିଏ ବିଶେଷ ଛାପ ଛାଡ଼ିଚି । କିନ୍ତୁ ମେଡ଼ିକାଲ ସାଇନ୍ସ ରେ ଶୋଇବା ର ୧୦ ଘଣ୍ଟା ପୂର୍ବରୁ କାଫିନ ସେବନ ଶରୀର ପକ୍ଷରେ କ୍ଷତି କାରକ ।
ଆସନ୍ତୁ ଆଜି ଜାଣିବା ସନ୍ଧ୍ୟା ସମୟରେ ଚା ସେବନ କେଉଁ ମାନଙ୍କ ପାଇଁ ହିତକର -:
– ଯେଉଁ ବ୍ୟକ୍ତି ମାନେ ନାଇଟ ସିଫ୍ଟ ରେ କାମ କରନ୍ତି ଅର୍ଥାତ୍ ରାତି ଅନିଦ୍ରା ହୋଇ କାମ କରନ୍ତି ।
– ଯେଉଁ ମାନଙ୍କର ଏସିଡିଟି ସମସ୍ୟା ନଥାଏ ସେମାନେ ସନ୍ଧ୍ୟା ସମୟରେ ଚା ସେବନ କରି ପାରିବେ ।
– ଯେଉଁ ମାନଙ୍କ ପାଚନ ପ୍ରକ୍ରିୟା ସୁସ୍ଥ ଥାଏ , ସେମାନେ ମଧ୍ୟ ନିୟମିତ ସନ୍ଧ୍ୟାରେ ଚା ସେବନ କରି ପାରିବେ ।
– ଯେଉଁ ବ୍ୟକ୍ତି ନିଦ ସମସ୍ୟାରେ ପ୍ରଭାବିତ ହୋଇ ନଥାଆନ୍ତି , ସେମାନେ ସନ୍ଧ୍ୟା ସମୟରେ ଚା ସେବନ କରି ପାରିବେ ।
– ଯେଉଁ ବ୍ୟକ୍ତିମାନେ ଉପରୋକ୍ତ ସମସ୍ୟା ରେ ପ୍ରଭାବିତ ହେବେ ନାହିଁ ସେମାନେ ନିୟମିତ ଚା ସେବନ କରି ପାରିବେ ।
– ଆୟୁର୍ବେଦ ଅନୁସାରେ ସନ୍ଧ୍ୟା ସମୟରେ ଆମେ ଦୁଗ୍ଧ ଚା ପରିବର୍ତ୍ତେ ନାଲି ଚା ସେବନ କରିବା ଦ୍ୱାରା ମନକୁ ସତେଜତା ମିଳିଥାଏ ।
– ସନ୍ଧ୍ୟା ସମୟରେ ହଳଦୀ ଓ ଅଦା ମିଶ୍ରିତ ଚା ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଶରୀର ର ବାତ ଦୋଷ ଦୁର ହୋଇଥାଏ ।
– ଯଦି ଆପଣ ନିୟମିତ ସନ୍ଧ୍ୟା ସମୟରେ ଲବଙ୍ଗ ଯୁକ୍ତ ଚା ସେବନ କରିବେ ତେବେ ଗ୍ୟାସ୍ ଏସିଡ ସମସ୍ୟା ଦୂର ହେବ ଓ ତା ସହିତ ରକ୍ତଚାପ ନିୟନ୍ତ୍ରଣ ହେବ ।
– ଆୟୁର୍ବେଦ ରେ କୁହାଯାଇଛି ଯେ ମନର ଅବସାଦ ଦୁର କରିବା ପାଇଁ ପ୍ରତିଦିନ ସଂଧ୍ୟା ସମୟରେ ଗୁଜୁରାତି ଓ ଅଦା ମିଶ୍ରିତ ଚା ସେବନ କରନ୍ତୁ ।
Leave A Reply