କୋଭିଡ୍ ସଂକ୍ରମଣ ପାଦ ଥାପୁ ଥିବା ସମୟରେ ଆସିଲା ଭାରତୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ଚେତାବନୀ , ଏହିଭଳି ନିୟମ ପାଳନ କରିବା ଉଚିତ୍
ବର୍ତମାନ ସାରା ବିଶ୍ୱରେ କରୋନା ନିଜର ତାଣ୍ଡବ ପୁନର୍ବାର ଆରମ୍ଭ କରି ଦେଇଛି l ଯାହାକି ବିଶ୍ୱ ବାସୀଙ୍କ ସହିତ ଭାରତୀୟ ମାନଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ହୋଇଛି l ବିଶେଷ ଭାବରେ ଚୀନ ରେ କରୋନା ମୁଣ୍ଡ ଟେକିବା ପରେ ଭାରତରେ ମଧ୍ୟ ଏହାର ନୂଆ ଭାରିଏଣ୍ଟ ରୁ ଭାରତ ସରକାର ଙ୍କ ଚିନ୍ତା ବଢାଇବାର କାରଣ ଅଟେ l ଏହା ହେଉଛି ଓମୀକ୍ରାନ ଭରିଏଣ୍ଟ ର BF 7 ଓ BA 5.2 ର ସବ ଭରିଏଣ୍ଟ ଅଟନ୍ତି l ଯେଉଁ କାରଣରୁ ଚୀନ ରେ ହାହା କାର ଦେଖା ଦେଇଛି l ଏହାକୁ ଦେଖି ଭାରତରେ ହାଇ ଆଲର୍ଟ କରାଯାଇଛି l ଏହି ଭାରୀଏଣ୍ଟ କୁ ନେଇ ଏଥିପାଇଁ ଚିନ୍ତା ବଢିଛି କାହିଁକି ନା ୪ଟି ମାମଲା ସାମ୍ନାକୁ ଆସିଛି l