Odisha news

ଜିଓ ପକ୍ଷରୁ ଆଇଫୋନ୍ ୧୨ ଓ ପରବର୍ତୀ ଆଇଫୋନ୍ ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ

0

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ  ପରର୍ବତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ।

ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ । ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି । ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ ।

ଭାରତରେ ଆଇଫୋନ୍ ଡିଭାଇସ୍‌ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କଂପାନିର ବିଟା ସଫଟଓୟାର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍ ଜାରି କରାଯାଇଥିଲା ।

ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତୀକୁୁ ଅପ୍‌ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍‌-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ ।

Leave A Reply