ନୂଆଦିଲ୍ଲୀ : ଭାରତରେ ଭାଗୋଡା ଘୋଷିତ ହୋଇଥିବା ଜାକିର ନାଇକ ବର୍ତମାନ ମାଳଦୀପ ରେ ସକ୍ରିୟ ହୋଇ ଯାଇଛନ୍ତି l ତାର ଆକ୍ରୋଶ ମୂଳକ ଭାଷଣ ଦ୍ୱାରା ପ୍ରଭାବିତ ହୋଇ ସେଠାରେ ବର୍ତମାନ ଯୁବ ଆତଙ୍କୀ ସଂଗଠନ ଆଇଏସଆଇ ରେ ସାମିଲ ହୋଇଛନ୍ତି l ନିକଟରେ ମାଳଦୀପ ପୋଲିସ ଦ୍ୱାରା ୧୫ ଜଣ ଇସିସ ଆତଙ୍କବାଦୀ ଙ୍କୁ ଗିରଫ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ମାନେ କହିଛନ୍ତି ଯେ ସେମାନେ ଜାକିର ନାଇକ ର ଭିଡିଓ ରେଡ଼ିକାଲ ସ୍ପିଚ ଶୁଣି ISIS ରେ ସାମିଲ ହୋଇଛନ୍ତି l
ମିଳିଥିବା ସୂତ୍ର ର ଖବର ଅନୁସାରେ ଗୃହ ମନ୍ତ୍ରଣାଳୟ ଏହି ମାମଲକରେ NIA ର ଗୋଟିଏ ସୁପରକପ ଦଳଙ୍କୁ ମାଳଦୀପ ପଠାଇ ଦେଇଛନ୍ତି l ଜାକିର ନାଇକ NIA ର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି l NIA ନିକଟରେ ଜାକିର ନାଇକ ବିରୁଦ୍ଧରେ ଅନେକ ପ୍ରମାଣ ରହିଛି l ତେଣୁ NIA ମାଳଦୀପ ର ଯାଞ୍ଚ ଏଜେନ୍ସି କୁ ସାହାଯ୍ୟ କରିବାକୁ ମାଳଦୀପ ଯାଇଛି l ମାଳଦୀପ ଭାରତର ପଡୋଶୀ ଦେଶ ଅଟେ l ସେଠାରେ ବର୍ତମାନ ISIS ର ଗତିବିଧି ବଢି ଯାଇଛି l ଯାହାଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହୋଇପାରେ ତେଣୁ NIA ଟିମ୍ ଯାଞ୍ଚ କରିବାକୁ ଚାହୁଁଛି l ମିଳିଥିବା ସୂଚନା ଅନୁସାରେ ମାଳଦୀପ ରେ ବର୍ତମାନ ୧୦୦ ରୁ ଉର୍ଧ୍ଵ ଯୁବକ ଏହି ସମୟରେ ଜିହାଦ ପାଇଁ ISIS ର ଗତିବିଧି ରେ ସାମିଲ ହେଉଛନ୍ତି l
ଆଶ୍ଚର୍ଯ୍ୟର କଥା ହେଲା ମାଳଦୀପ ରେ ଯେଉଁ ଯୁବକ ମନମେ ଏହି ସମୟରେ ISIS ରେ ସାମିଲ ହୋଇଛନ୍ତି , ସେମାନଙ୍କ ମଧ୍ୟରେ ଅନେକ ଡ୍ରାଗ ସେବନ କାରୀ ଅଟନ୍ତି l ସେମାନେ ସ୍ଥାନୀୟ ବିଭିନ୍ନ ଅପରାଧୀ ମୂଳକ କାର୍ଯ୍ୟରେ ସାମିଲ ରହିଛନ୍ତି l ଜେଲ ରେ ରହୀମଧ୍ୟ ସେମାନେ କଟରପନ୍ଥୀ ଙ୍କ ସହିତ ସମ୍ପର୍କ ରେ ରହିଛନ୍ତି l ତେଣୁ ଯେଉଁ ଯୁବକମାନେ ଜେଲ ଭିତରୁ ବାହାରକୁ ଆସୁଛନ୍ତି ISIS ରେ ସାମିଲ ହେଉଛନ୍ତି l ମାଳଦୀପ ରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହୋଇ ଯାଇଥିବା ବେଳେ ଭାରତର ସହଯୋଗ ର ହାତ ତାକୁ ଆଶ୍ବସ୍ତି ଦେଇଛି l